ଭୁବନେଶ୍ବର: ଇନଫୋସିଟି ଥାନା ଅଞ୍ଚଳରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା । ସ୍ଥାନୀୟ ଶିଖରଚଣ୍ଡି ପାହାଡରୁ ନବଜନ୍ମିତ ଶିଶୁ କନ୍ୟାକୁ ଉଦ୍ଧାର କରିଛି କମିଶନରେଟ ପୋଲିସ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶିଶୁ କନ୍ୟାଟି ପଡିଥିବାର ଦେଖି ସ୍ଥାନୀୟ ଯୁବକ ପୋଲିସଙ୍କୁ ଖବର ଦେଇଥିଲେ ।

ସେପଟେ, ଶିଶୁଟିର ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ଏସସିବି ମେଡିକାଲର ଶିଶୁ ବିଭାଗରେ ଚିକିତ୍ସିତ କରାଯାଉଛି । ପୋଲିସ ଘଟଣାର ତଦନ୍ତ କରୁଥିବାବେଳେ ଅନୈତିକ ସମ୍ପର୍କ ବା ଶିଶୁ କନ୍ୟା ଯୋଗୁଁ ଏପରି ଅବସ୍ଥାରେ କେହି ଛାଡି ଥାଇପାରନ୍ତି ବୋଲି ସ୍ଥାନୀୟ ଲୋକେ ସନ୍ଦେହ କରିଛନ୍ତି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ