ଭୁବନେଶ୍ବର: ବାତ୍ୟା ପରେ ବସ୍ତିରେ ଗୋଟିଏ ରାତି । ଦିନେ କି ଦୁଇ ଦିନ ନୁହେଁ, 17 ଦିନର ସଙ୍ଘର୍ଷର କାହାଣୀ । ଫନି ପରର ପ୍ରତିଟି ରାତି ଯେ କେତେ ଯନ୍ତ୍ରଣା ଦାୟକ, ରାଜଧାନୀର ବସ୍ତିବାସିନ୍ଦାଙ୍କୁ ଦେଖିଲେ, ତାହା ସ୍ପଷ୍ଟ ହେଉଛି ।
ଭୁବନେଶ୍ବରର ହରେକୃଷ୍ଣ ବସ୍ତିବାସିନ୍ଦା । ସରକାରୀ ସହାୟତା, ରିଲିଫ, ସବୁକିଛି ଯେ କେବଳ ମନ ବୁଝାଇବା ପାଇଁ, ଏମାନଙ୍କୁ ଦେଖିଲେ ତାହା ସ୍ପଷ୍ଟ ହେଉଛି । ଫନି ପରର ପ୍ରତିଟି ରାତିକୁ ଛଟପଟ ହୋଇ ବିତାଉଛନ୍ତି ବସ୍ତି ବାସିନ୍ଦା ।
ମୁଣ୍ଡ ଗୁଞ୍ଜିବା ପାଇଁ ଛାତ ନାହିଁ । ଅନ୍ଧାରରୁ ନିସ୍ତାର ପାଇଁ ବିଜୁଳି ବି ନାହିଁ । ରାତି ହେଲେ କାମୁଡି ପକାଉଛନ୍ତି ମଶା । ଏପଟେ ତଳେ ଶୋଉଥିବାରୁ ସର୍ପ ଦର୍ଶନର ବି ଭୟ ରହିଛି । ଏମାନେ କେବଳ ବେସାହାରା ନୁହଁନ୍ତି, ଆମ ବ୍ୟବସ୍ଥା ଆଗରେ ଅସହାୟ ମଣିଷ ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ