ETV Bharat / state

ନାହାଁନ୍ତି ପିଲା, ବନ୍ଦ ହେବ 966ଟି ସ୍କୁଲ

ପାସ ହାର କମିବା ପରେ ଚେତିଲେ ସରକାର । 10ଜଣରୁ କମ ପିଲା ଥିବା 966ଟି ସ୍କୁଲ ବନ୍ଦ ହେବ । ଏଥିସହ ଉପସ୍ଥାନ ଆଧାରରେ ଛାତ୍ରଛାତ୍ରୀଙ୍କୁ ଟଙ୍କା ଦିଆଯିବା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି ।

author img

By

Published : Jun 22, 2019, 4:26 PM IST

ଫାଇଲ ଫଟୋ

ଭୁବନେଶ୍ବର: ବନ୍ଦ ହେବ ରାଜ୍ୟର 966ଟି ପ୍ରାଥମିକ ସ୍କୁଲ । ବିଶେଷ କରି10ରୁ କମ ସଂଖ୍ୟକ ଛାତ୍ରଛାତ୍ରୀ ଥିବା ସ୍କୁଲରେ ତାଲା ଝୁଲିବ । ଚଳିତ ଶିକ୍ଷା ବର୍ଷଠାରୁ ଏହାକୁ ଲାଗୁ କରିବା ନେଇ ସରକାର ନିଷ୍ପତ୍ତି ନେଇଛନ୍ତି ।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, ଭୁବନେଶ୍ବର

ବନ୍ଦ ହୋଇଥିବା ସ୍କୁଲର ଛାତ୍ରଛାତ୍ରୀ ନିକଟସ୍ଥ ସ୍କୁଲରେ ପାଠ ପଢିବେ । ଆଉ ଯଦି ସେହି ସ୍କୁଲର ଦୂରତା ଘରଠାରୁ 1 କିଲୋମିଟରରୁ ଅଧିକ ରୁହେ, ତେବେ ପିଲାଙ୍କୁ ଗସ୍ତ ଖର୍ଚ୍ଚ ମିଳିବ । ପିଲାଙ୍କୁ ସ୍କୁଲ ମୁହାଁ କରିବାକୁ ଉପସ୍ଥାନ ଆଧାରରେ ଛାତ୍ରଛାତ୍ରୀଙ୍କୁ ଟଙ୍କା ଦେବାକୁ ସରକାର ନୂଆ ନିୟମ ପ୍ରଣୟନ କରିଛନ୍ତି । ଯେତେ ଅଧିକ ଉପସ୍ଥାନ, ସେହି ହାରରେ ଟଙ୍କା । ଏହି ଟଙ୍କା ଅଭିଭାବକଙ୍କ ଆକାଉଣ୍ଟ କୁ ପଠାଯିବ ।

75 ପ୍ରତିଶତ ଉପସ୍ଥାପନ ଥିଲେ ମାସକୁ ସର୍ବାଧିକ 600 ଟଙ୍କା ମିଳିବ । ଏଭଳି ଭାବେ 50ରୁ 74 ପ୍ରତିଶତ ଉପସ୍ଥାପନକୁ 400 ଟଙ୍କା, 30ରୁ 49 ପ୍ରତିଶତକୁ 300 ଟଙ୍କା ମିଳିବ । 30 ପ୍ରତିଶତରୁ କମ ଉପସ୍ଥାପନ ରହିଲେ ଆଦୌ ଗସ୍ତ ଖର୍ଚ୍ଚ ମିଳିବନି। ଖରା ଛୁଟିକୁ ବାଦ ଦେଇ 10 ମାସ ଧରି ଏହି ଖର୍ଚ୍ଚ ଦିଆଯିବ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.