ETV Bharat / state

ଶାନ୍ତି ଶୃଙ୍ଖଳା ସହ ଟ୍ବିନ ସିଟିରେ ସରିଲା ମତଦାନ - ଟ୍ବିନ ସିଟି

ଶାନ୍ତି ଶୃଙ୍ଖଳାର ସହ ଟ୍ବିନ ସିଟିରେ ଶେଷ ହୋଇଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ । ସନ୍ଧ୍ୟା ସୁଦ୍ଧା କେତେକ ବୁଥ୍‌ରେ ଅସନ୍ତୋଷ ଦେଖା ଦେଇଥିଲେ ମଧ୍ୟ ପରିସ୍ଥିତି ସାମାନ୍ୟ ରହିଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Apr 24, 2019, 5:25 AM IST

ଭୁବନେଶ୍ବର: ଶାନ୍ତି ଶୃଙ୍ଖଳାର ସହ ଟ୍ବିନ ସିଟିରେ ଶେଷ ହୋଇଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ । ସନ୍ଧ୍ୟା ସୁଦ୍ଧା କେତେକ ବୁଥ୍‌ରେ ଅସନ୍ତୋଷ ଦେଖା ଦେଇଥିଲେ ମଧ୍ୟ ପରିସ୍ଥିତି ସାମାନ୍ୟ ରହିଥିଲା । ଅନ୍ୟପଟେ ନିର୍ବାଚନ ପାଇଁ ରାଜଧାନୀ ସମ୍ପୂର୍ଣ୍ଣ ଭାବେ ପୋଲିସର କଡା ସୁରକ୍ଷା ବଳୟ ମଧ୍ୟରେ ରହିଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

କିଛି ବୁଥ୍‌ରେ ଇଭିଏମ ମେସିନ ଅଚଳକୁ ନେଇ ଲୋକେ ଉତ୍ତ୍ୟକ୍ତ ମଧ୍ୟ ହୋଇଥିଲେ । ହେଲେ ଟ୍ବିନ ସିଟିରେ ହୋଇଥିବା ପ୍ରାୟ ଦୁଇ ହଜାର ବୁଥ୍‌ରେ ସୁରକ୍ଷା ଦୃଷ୍ଟିରୁ ବ୍ୟପକ ପୋଲିସ ମୁତୟନ କରାଯାଇଥିଲେ । ତେବେ ଭୋଟରମାନେ ବେଶ୍‌ ଶାନ୍ତି ଶୃଙ୍ଖଳାର ସହ ସକାଳରୁ ମତଦାନ ଆରମ୍ଭ କରିଥିଲେ ।

କିଛି ସ୍ଥାନରେ ଇଭିଏମ୍‌ ମେସିନରେ ତ୍ରୁଟି ଯୋଗୁଁ ଜନ ଅସନ୍ତୋଷ ଦେଖା ଦେଇଥିବା ସତ୍ତ୍ବେ ଶୃଙ୍ଖଳିତ ଭାବେ ନିର୍ବାଚନ ଶେଷ ହୋଇଥିବା ପ୍ରକାଶ କରିଛନ୍ତି ପୋଲିସ କମିଶନର ସତ୍ୟଜିତ ମହାନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାଶ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.