ETV Bharat / state

17 ଦାଦନ ଉଦ୍ଧାର, ଓଡ଼ିଶା ମହିଳା କମିଶନଙ୍କୁ ହସ୍ତାନ୍ତର - andrapradesh

ଓଡିଶା ପାଇଁ ଚିନ୍ତା ଦାଦନ ସମସ୍ୟା । ଦଲାଲଙ୍କ ଅକଥନୀୟ ଅତ୍ୟାଚାରରେ ଦିନ କାଟୁଥିବା ଏପରି 17 ମହିଳା ଦାଦନଙ୍କୁ ରାଜମହେନ୍ଦ୍ରୀ ଅଞ୍ଚଳରୁ ଆନ୍ଧ୍ରପ୍ରଦେଶ ପୋଲିସ ଉଦ୍ଧାର କରିଛି ।

ପ୍ରତିକାତ୍ମକ ଫଟୋ
author img

By

Published : Apr 30, 2019, 1:59 PM IST

ଭୁବନେଶ୍ବର: ଓଡିଶା ପାଇଁ ଚିନ୍ତା ଦାଦନ ସମସ୍ୟା । ରୋଜଗାରକ୍ଷମ ଆଶାରେ ଭିଟାମାଟି ଛାଡି ବାହାରେ ଖଟିବାକୁ ବାଧ୍ୟ ହେଉଛନ୍ତି ହଜାର ହଜାର ମହିଳା ଓ ପୁରୁଷ । ଶେଷରେ ଦଲାଲଙ୍କ ଜୁଲୁମରେ ପାଉଛନ୍ତି ଅକଥନୀୟ କଷ୍ଟ । ମଙ୍ଗଳବାର ଏଭଳି ସ୍ଥିତିରେ ଦିନ କାଟୁଥିବା 17 ମହିଳା ଦାଦନଙ୍କୁ ରାଜମହେନ୍ଦ୍ରୀ ଅଞ୍ଚଳରୁ ଆନ୍ଧ୍ରପ୍ରଦେଶ ପୋଲିସ ଉଦ୍ଧାର କରିଛି । ସେମାନଙ୍କୁ ଓଡ଼ିଶା ମହିଳାକମିଶନଙ୍କୁ ହସ୍ତାନ୍ତର କରାଯାଇଛି ।

ରାଜ୍ୟର ବିଭିନ୍ନ ସ୍ଥାନ ଯଥା, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ଗଞ୍ଜାମ ପ୍ରଭୃତି ଅଞ୍ଚଳରୁ ବହୁଳ ମାତ୍ରାରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି ।

ମିଳିଥିବା ସୂଚନା ମୁତାବକ ମୁମ୍ବାଇର ଏକ ଚିଙ୍ଗୁଡ଼ି କାରଖାନାକୁ ଦାଦନ ଖଟିବାକୁ ଯାଉଥିଲେ । ତେବେ ଏ ସମ୍ପର୍କରେ ଆନ୍ଧ୍ର ପୋଲିସ ସୂଚନା ପାଇଁ ସେମାନଙ୍କୁ ରାଜମହେନ୍ଦ୍ରୀ ଅଞ୍ଚଳରୁ ଉଦ୍ଧାର କରିଛି ।

ଉଦ୍ଧାର ହୋଇଥିବା ମହିଳା ଦାଦନମାନେ ବିଶେଷ କରି ଗଞ୍ଜାମ, ଭଞ୍ଜନଗର, ଫୁଲବାଣୀ, ଗଜପତି ଅଞ୍ଚଳର ବୋଲି ଜଣାପଡ଼ିଛି । ତେବେ ସେମାନଙ୍କୁ ଓଡ଼ିଶା ମହିଳା କମିଶନଙ୍କୁ ହସ୍ତାନ୍ତର କରିଛି ଆନ୍ଧ୍ର ପ୍ରଦେଶ ପୋଲିସ ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.