ETV Bharat / state

ଆହାର କେନ୍ଦ୍ର ବନ୍ଦ ସମୟରେ ଖାଦ୍ୟ ଯୋଗାଉଛନ୍ତି ଯୁବ ସ୍ବେଚ୍ଛାସେବୀ

ମହାମାରୀ ସମୟରେ ଅସହାୟ ତଥା ଭୋକିଲାଙ୍କ ମୁହଁରେ ଆହାର ଦେବା ପାଇଁ ଆଗେଇ ଆସିଛନ୍ତି ଯୁବ ବର୍ଗ । ଯୁବ ଗୋଷ୍ଠୀଙ୍କ ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରୁ ପ୍ରଶଂସା । ଅଧିକ ପଢନ୍ତୁ...

author img

By

Published : May 31, 2021, 8:02 AM IST

ଆହାର କେନ୍ଦ୍ର ବନ୍ଦ ସମୟରେ ଖାଦ୍ୟ ଯୋଗାଉଛନ୍ତି ଯୁବ ସ୍ବେଚ୍ଛାସେବୀ
ଆହାର କେନ୍ଦ୍ର ବନ୍ଦ ସମୟରେ ଖାଦ୍ୟ ଯୋଗାଉଛନ୍ତି ଯୁବ ସ୍ବେଚ୍ଛାସେବୀ

ବୌଦ୍ଧ: ଅନ୍ଧାର ରାତିରେ ଅସହାୟ ତଥା ଭୋକିଲାଙ୍କୁ ଖାଦ୍ୟ ଯୋଗାଇବାକୁ ଆଗେଇ ଆସିଛନ୍ତି କିଛି ଯୁବ ସ୍ବେଚ୍ଛାସେବୀ । ଲକଡାଉନ ଯୋଗୁଁ ଦୋକାନ ବଜାର ବନ୍ଦ ସାଙ୍ଗକୁ ରବିବାର ଆହାର କେନ୍ଦ୍ର ବନ୍ଦ ରହୁଛି । ଫଳରେ ଏଥିପାଇଁ ବିଶେଷ ଭାବରେ ଅସହାୟ ଭୋକିଲା ତଥା ରୋଗୀଙ୍କ ସମ୍ପର୍କୀୟ ଖାଦ୍ୟ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବୌଦ୍ଧ ଜିଲ୍ଲାର ଏକମାତ୍ର ଆହାର କେନ୍ଦ୍ର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ନିକଟରେ ଥିବାବେଳେ ରବିବାର ଆହାର କେନ୍ଦ୍ର ବନ୍ଦ ରହୁଥିବାରୁ ରୋଗୀଙ୍କ ସମ୍ପର୍କୀୟ ମାନେ ଖାଦ୍ୟ ମୁଠାଏ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏହାକୁ ଦୃଷ୍ଟିରେ ରଖି ବୌଦ୍ଧ ମାରଓ୍ବାଡି ଯୁବା ମଞ୍ଚର କେତେକ ସ୍ବେଚ୍ଛାସେବୀ ରୋଗୀଙ୍କ ସମ୍ପର୍କୀୟଙ୍କ ସହିତ ଅସହାୟ ଭୋକିଲାଙ୍କୁ ଖାଦ୍ୟ ଯୋଗାଇବାକୁ ଆଗେଇ ଆସିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକର ସମସ୍ତ 69 ଗୋଟି ପଞ୍ଚାୟତରେ ଅସହାୟ ତଥା ଭୋକିଲାଙ୍କୁ ରନ୍ଧା ଖାଦ୍ୟ ଯୋଗାଇବା ବ୍ୟବସ୍ଥା କରିଛି । କିନ୍ତୁ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ସମ୍ପର୍କୀୟ ଖାଦ୍ୟ ପାଇଁ କୌଣସି ଅସୁବିଧାର ସମ୍ମୁଖୀନ ନହେବା ପାଇଁ ଯୁବ ବର୍ଗଙ୍କ ଏଭଳି ପ୍ରୟାସକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି । ସେପଟେ ଆସନ୍ତା 17 ତାରିଖ ପର୍ଯ୍ୟନ୍ତ ଲକଡାଉନ ଅବଧି ବୃଦ୍ଧି ସମୟରେ ମଧ୍ୟ ସମସ୍ତ ରବିବାର ଅସହାୟଙ୍କୁ ଖାଦ୍ୟ ଯୋଗାଇବାକୁ ଲକ୍ଷ୍ୟ ରଖିଛି ଯୁବ ମଞ୍ଚ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.