ବୌଦ୍ଧ: ଜିଲ୍ଲାରେ ବିଭତ୍ସ ହତ୍ୟା । ଆଦିବାସୀ ଯୁବକକୁ ନୃଶଂସ ଭାବେ ହତ୍ୟା କରି ଫୋପାଡ଼ି ଦେଲେ ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ଜିଲ୍ଲାର ହରଭଙ୍ଗା ବ୍ଲକ ସରସରା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ । ତେବେ ଆଜି ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଥିଲା ବେଳେ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ।
ସୂଚନା ମୁତାବକ, ଗତକାଲି ନାଏକପଡା ଠାରେ ଉଭୟ ସରସରା ଓ ବାମଣ୍ଡା ପଞ୍ଚାୟତର ଆଶାୟୀ ପ୍ରାର୍ଥୀ ମାନେ ଭୋଟ ହାତେଇବା ଆଶାରେ ଏକ ଭୋଜିର ଆୟୋଜନ କରିଥିଲେ । ତେବେ ବିଳମ୍ବିତ ରାତିରେ ଉକ୍ତ ଆଦିବାସୀ ଯୁବକଙ୍କୁ ହତ୍ୟା କରାଯାଇଥିଲା । ତେବେ ରାଜନୈତିକ କାରଣକୁ ନେଇ ଯୁବକଙ୍କୁ ହତ୍ୟା କରାଯାଇଛି ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ଏନେଇ ଖବର ପାଇ ଘଟଣା ସ୍ଥଳରେ ବୌଦ୍ଧ ପୋଲିସ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି ।
ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ