ETV Bharat / state

ବୌଦ୍ଧରେ ପାଳନ ହେଲା ବିଶ୍ୱ ହସ୍ତୀ ଦିବସ

author img

By

Published : Aug 13, 2022, 7:21 AM IST

ଜାତୀୟ ଐତିହ୍ୟ ପ୍ରାଣୀ ହାତୀ ବର୍ତ୍ତମାନ ବିପଦରେ ରହିଛି । ଶୁକ୍ରବାର ବିଶ୍ୱ ହସ୍ତୀ ଦିବସ ବନଖଣ୍ଡ ପକ୍ଷରୁ ପାଳନ କରାଯାଇଥିବା ବେଳେ ଜିଲ୍ଲାରେ ହାତୀ ଶିକାରକୁ ନେଇ ଗଭୀର ଉଦବେଗ ପ୍ରକାଶ ପାଇଛି । ଅଧିକ ପଢନ୍ତୁ

world elephant day was celebrated by the boudh forest department
ବୌଦ୍ଧ ବନଖଣ୍ଡ ବିଭାଗ ପାଳିଲା ବିଶ୍ୱ ହସ୍ତୀ ଦିବସ

ବୌଦ୍ଧ: ଜଙ୍ଗଲ ମନ୍ତ୍ରୀଙ୍କ ଜିଲ୍ଲାରେ ବନ ବିଭାଗ ପାଳିଲା ବିଶ୍ୱ ହସ୍ତୀ ଦିବସ । ଶୁକ୍ରବାର ଜାତୀୟ ଐତିହ୍ୟ ପ୍ରାଣୀ ହାତୀର ଦିବସ ଥିବା ବେଳେ ବୌଦ୍ଧ ଠାରେ ବନଖଣ୍ଡ ବିଭାଗ ପକ୍ଷରୁ ନିରାଡମ୍ବର ଭାବରେ ଏହାକୁ ପାଳନ କରାଯାଇଛି । ବୌଦ୍ଧ ବନାଞ୍ଚଳରେ ଗତ କିଛି ଦିନ ତଳେ ଦୁଇ ଦୁଇଟି ଦନ୍ତାହାତୀ ଶିକାର ତଥା ଦାନ୍ତ ଲୁଟ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା ।

ତେବେ କିଛି ଦିନ ପୂର୍ବରୁ ଏହି ଶିକାର ସହିତ ଜଡିତ ଶିକାରୀ ଓ ଲୁଟ ହାତୀଦାନ୍ତ ଉଦ୍ଧାର ହୋଇଥିବା ବେଳେ ଅନ୍ୟଟିର ପତ୍ତା ବର୍ତ୍ତମାନ ପର୍ଯ୍ୟନ୍ତ ମିଳିନାହିଁ । ବୌଦ୍ଧ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ବର୍ତ୍ତମାନ ପଚାଶରୁ ଊର୍ଦ୍ଧ୍ବ ବଣୁଆ ହାତୀ ରହିଥିବା ବେଳେ ତନ୍ମଧ୍ୟରୁ ଦଶଟି ଦନ୍ତାହାତୀ ରହିଥିବା ସୂଚନା ମିଳିଛି । ତେବେ ବ୍ୟାପକ ଜନସଚେତନ ରହି ହାତୀର ସୁରକ୍ଷା ପାଇଁ ସମସ୍ତେ ସହଯୋଗ କରିବାକୁ ବୌଦ୍ଧ ବନଖଣ୍ଡ ଅଧିକାରୀ ଆହ୍ୱାନ ଦେଇଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.