ETV Bharat / state

ଠକ ଖାଉଛନ୍ତି ଠାକୁରାଣୀଙ୍କ ଜମି, ମହିଳା ଗୋଷ୍ଠୀଙ୍କ ବିକ୍ଷୋଭ - ମହିଳା ଗୋଷ୍ଠୀ

ବହିରା ପଞ୍ଚାୟତରେ ଠାକୁରାଣୀଙ୍କ ନାମରେ ଥିବା ଜମି ଜବରଦଖଲ ମାମଲାରେ ତାତିଛନ୍ତି ଗାଁର ମହିଳା ଗୋଷ୍ଠୀ । ଫଳରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି ମହିଳାମାନେ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Feb 26, 2019, 11:44 PM IST

ବୌଦ୍ଧ: ବହିରା ପଞ୍ଚାୟତରେ ଠାକୁରାଣୀଙ୍କ ନାମରେ ଥିବା ଜମି ଜବରଦଖଲ ମାମଲାରେ ତାତିଛନ୍ତି ଗାଁର ମହିଳା ଗୋଷ୍ଠୀ । ସୂଚନା ଅନୁଯାୟୀ ଗାଁରେ ରହିଛି ନାରାୟଣୀ ଦେବୀଙ୍କ ନାମରେ 13 ଡେସିମିଲ ବିଜେସ୍ଥଳୀ । ଯାହାକୁ ଏବେ ବିନା ଅନୁମତିରେ ହଡପ କରିଛନ୍ତି ଚକ୍ରଧର ସାହୁ ନାମକ ଜନୈକ ବ୍ୟକ୍ତି ।ଆଉ ଏହାକୁ ବିରୋଧ କରି ମଙ୍ଗଳବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଛନ୍ତି ଗାଁର ମହିଳା ଗୋଷ୍ଠୀ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଗାଁର ମହିଳା ଗୋଷ୍ଠୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି । ଯେଉଁଥିରେ ରହିଛି ବାଉଁଶୁଣୀ ଆରଆଇ ଅଧୀନରେ ଥିବା ଦେବୀ ଜମି ଜବରଦଖଲ ମାମଲାର ଅଭିଯୋଗ । ତେବେ ଏହି ବିକ୍ଷୋଭରେ ମହିଳା ଗୋଷ୍ଠୀ ସହ ସାମିଲ ହୋଇଥିଲେ ଗାଁର ସ୍ବୟଂ ସହାୟକ ଗୋଷ୍ଠୀର କିଛି ସଦସ୍ୟ ।

ସେମାନଙ୍କର ଦାବି ଯେ ଯଥାଶୀଘ୍ର ଜାଗା ଚିହ୍ନଟ କରାଯାଇ ଦେବୀଙ୍କ ଜାଗା ଜବରଦଖଲମୁକ୍ତ କରାଯାଉ । ଯାହାକୁ ନେଇ ପ୍ରଶାସନ ପ୍ରତିଶୃତି ଦେବା ପରେ ବିକ୍ଷୋଭରୁ ଓହରିଥିଲେ ମହିଳା ଗୋଷ୍ଠୀ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ବୌଦ୍ଧ ଜିଲ୍ଲା ବହିରା ପଞ୍ଚାୟତର ଶତାଧିକ ମହିଳା ମଙ୍ଗଳବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ସହ ଦାବୀପତ୍ର ପ୍ରଦାନ କରିଛନ୍ତି । ଅଭିଯୋଗ ମୁତାବକ ବାଉଁଶୁଣୀ ଆର ଆଇ ଅଧିନରେ ଥିବା ପୁରୁଣା ବହିରା ଗ୍ରାମର ନାରାୟଣୀଦେବୀଙ୍କ ନାମରେ ଥିବା ୧୩ ଡେସୀମିଲ ବିଜେସ୍ଥଳୀକୁ ଗ୍ରାମର ଜନୈକ ବ୍ୟକ୍ତି ଚକ୍ରଧର ସାହୁ ଜବରଦଖଲ କରି ରଖିଛନ୍ତି।

Body:ଏନେଇ ବିଭିନ୍ନ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ମିଳିତ ହୋଇ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ଏନେଇ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ ତଥା ଅତିଶୀଘ୍ର ଜାଗା ଚିହ୍ନଟ କରାଯାଇ ଠାକୁରଙ୍କ ଜାଗା ଜବରଦଖଲମୁକ୍ତ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯିବା ପରେ ମହିଳା ମାନେ ଫେରିଥିଲେ ।

Conclusion:ବାଇଟ-୧-ବନୀତା ରଣା, ବହିରା
ବାଇଟ-୨-ସତ୍ୟବତୀ ସାହୁ, ବହିରା
ବାଇଟ-୩-ସୀତାଂଶୁକୁମାର ରାଉତ, ଜିଲ୍ଲାପାଳ,ବୌଦ୍ଧ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ନ୍ୟୁଜ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.