ETV Bharat / state

ଛେଳି ଚାଷ କରି ପ୍ରାଣୀଧନ ଓ ବ୍ୟାଙ୍କ୍ ର ଗୋଲକ ଧନ୍ଦାରେ ମହିଳା ଗୋଷ୍ଠୀ

ପ୍ରାଣୀଧନ ବିଭାଗ ଓ ବ୍ୟାଙ୍କର ଗୋଲକ ଧନ୍ଦାରେ ଛନ୍ଦି ହୋଇ ରହିଯାଇଛି ମହିଳା ସଶକ୍ତିକରଣ ଯୋଜନା । ଛେଳି ଚାଷ କରି ସର୍ବଶ୍ବାନ୍ତ ହେବା ପରେ କୌଣସି ସହଯୋଗ ନମିଳିବାରୁ ଶେଷରେ ଜିଲ୍ଲାପାଳଙ୍କୁ ଗୁହାରି କରିଛନ୍ତି ମହିଳା । ଅଧିକ ପଢନ୍ତୁ...

ଛେଳିଚାଷ କରି ପ୍ରାଣୀଧନ ଓ ବ୍ୟାଙ୍କର ଗୋଲକ ଧନ୍ଦାରେ ମହିଳା ଗୋଷ୍ଠୀ

author img

By

Published : Feb 11, 2021, 12:08 PM IST

ବୌଦ୍ଧ: ପ୍ରାଣୀଧନ ବିଭାଗ ଓ ବ୍ୟାଙ୍କର ଗୋଲକ ଧନ୍ଦାରେ ଛନ୍ଦି ହୋଇ ରହିଯାଇଛି ମହିଳା ସଶକ୍ତିକରଣ ଯୋଜନା । ଛେଳି ଚାଷ କରି ସର୍ବଶ୍ବାନ୍ତ ହେବା ପରେ କୌଣସି ସହଯୋଗ ନମିଳିବାରୁ ଶେଷରେ ଜିଲ୍ଲାପାଳଙ୍କୁ ଗୁହାରି କରିଛନ୍ତି ମହିଳା । ବୌଦ୍ଧ ଜିଲ୍ଲାର ଉପାନ୍ତ ତଥା ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତ ଆଢେଣୀଗଡରେ ଦେଖିବାକୁ ମିଳିଛି ଏଭଳି ଘଟଣା ।

ଛେଳିଚାଷ କରି ପ୍ରାଣୀଧନ ଓ ବ୍ୟାଙ୍କର ଗୋଲକ ଧନ୍ଦାରେ ମହିଳା ଗୋଷ୍ଠୀ

ଆଢେଣୀଗଡ ପଞ୍ଚାୟତ ଗୋଛାବାରୀ ଗ୍ରାମର ତିନୋଟି ମହିଳା ଗୋଷ୍ଠୀ ଛେଳି ଚାଷ କରି ଉଭୟ ପ୍ରାଣୀଧନ ବିଭାଗ ଓ ବ୍ୟାଙ୍କ ର ଗୋଲକ ଧନ୍ଦାରେ ଫସି କଲବଲ ହେଉଛନ୍ତି । ସୂଚନା ମୁତାବକ ଆଢେଣୀଗଡ ପଞ୍ଚାୟତର ଏହି ମହିଳାମାନେ ସ୍ବାବଲମ୍ବୀ ହେବା ଆଶାରେ ମାଧପୁର ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରୁ ଋଣନେଇ ଛେଳି ଚାଷ କରିଥିଲେ । ସମସ୍ତ ଛେଳିଙ୍କୁ ବୀମା ଭୁକ୍ତ କରିବା ସହ ପଶୁ ବିଭାଗ ଅଧିକାରୀଙ୍କ ଆବଶ୍ୟକ ମୁତାବକ ସମସ୍ତ ପଦକ୍ଷେପ ଗ୍ରହଣ କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ କୌଣସି କାରଣରୁ ଛେଳି ଗୁଡିକ ମରିଯିବାରୁ ଇନସ୍ୟୁରାନ୍ସ କିମ୍ବା ଅନ୍ୟ କୌଣସି ପ୍ରକାର ସହାୟତା ମିଳି ପାରିଲା ନାହିଁ ।

ଫଳରେ ମହିଳାମାନେ ବର୍ତ୍ତମାନ ଅତ୍ୟନ୍ତ ଅସହାୟ ଅବସ୍ଥାରେ ବ୍ୟାଙ୍କର ନୋଟିସ ଧରି ଚିନ୍ତାରେ ବସିଛନ୍ତି । ଲକ୍ଷ ଲକ୍ଷ ଟଙ୍କା ଏବେ କେଉଁଠାରୁ ଆଣି ଶୁଝିବେ ସେନେଇ ଚିନ୍ତାରେ ପଡିଯାଇଛନ୍ତି । ଶେଷରେ ବାଧ୍ୟ ହୋଇ ବୁଧବାର ମହିଳାମାନେ ଏକତ୍ରିତ ହୋଇ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ଏହାର ତଦନ୍ତ କରି ସହଯୋଗ କରିବାକୁ ଗୁହାରି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.