ବୌଦ୍ଧ: ପବିତ୍ର ରଜ ଉତ୍ସବରେ ଆନନ୍ଦ ପରିବର୍ତ୍ତେ ଦୁଃଖରେ ଭାଙ୍ଗି ପଡିଛନ୍ତି ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ମାଇକ୍ରୋ ଫାଇନାନ୍ସ କମ୍ପାନୀର ଅର୍ଥ ଆଦାୟ ଚାପ ଯୋଗୁଁ ଏଥର ରଜ ପାଳନ କରିନାହାନ୍ତି ଏହି ମହାଳାମାନେ ।
ଲକଡାଉନ ସମୟରେ ମାଇକ୍ରୋ ଫାଇନାନ୍ସ କମ୍ପାନୀର ଅର୍ଥ ଆଦାୟ ଚାପ ଏବେ ସବୁଆଡେ ଚର୍ଚ୍ଚାର ବିଷୟ ହୋଇଛି । ଗତ ଦଶ ଦିନ ପୂର୍ବରୁ ବିଭିନ୍ନ ସ୍ଥାନର ମହିଳାମାନେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ଭେଟି ଏନେଇ ଗୁହାରୀ କରିଥିଲେ, କିନ୍ତୁ ଏବେବି ପୂର୍ବ ଭଳି କମ୍ପାନୀର କର୍ମଚାରୀମାନେ ବାଧ୍ୟ କରି ଅର୍ଥ ଆଦାୟ ସହିତ ସୁଧ ଟଙ୍କା ମଧ୍ୟ ମୂଳ ଖାତାରେ ଜମା କରାଯାଉଥିବା ଅଭିଯୋଗ ହୋଇଛି ।
ସୋମବାର ପବିତ୍ର ରଜ ଅବସରରେ ଗାଁର ମହିଳାମାନେ ପିଠାପଣା କିମ୍ବା ରଜଦୋଳି ନବାନ୍ଧି ଏକ ପ୍ରତିବାଦ ସଭା କରିଥିଲେ । ମହିଳାମାନେ ଋଣଛାଡ କରିବାକୁ ସରକାରଙ୍କୁ ଗୁହାରୀ କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ