ETV Bharat / state

ବିନା ଭକ୍ତରେ ଅନୁଷ୍ଠିତ ହେଲା ବୌଦ୍ଧର ପ୍ରସିଦ୍ଧ ଘୋଷଯାତ୍ରା

ବିନା ଭକ୍ତରେ ଅନୁଷ୍ଠିତ ହେଲା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଘୋଷଯାତ୍ରା । ପ୍ରଶାସନିକ କଟକଣା ଯୋଗୁଁ କେବଳ ସେବାୟତ ମନ୍ଦିର ପରିସର ମଧ୍ୟରେ ଚତୁର୍ଦ୍ଧା ବିଗ୍ରହଙ୍କୁ ମନ୍ଦିର ବେଢାରେ ପହଣ୍ଡି କରାଇ ଅସ୍ଥାୟୀ ମଣ୍ଡପରେ ବିଜେ କରାଇଛି । ଅଧିକ ପଢନ୍ତୁ...

ବିନା ଭକ୍ତରେ ଅନୁଷ୍ଠିତ ହେଲା ବୌଦ୍ଧର ପ୍ରସିଦ୍ଧ ଘୋଷଯାତ୍ରା
ବିନା ଭକ୍ତରେ ଅନୁଷ୍ଠିତ ହେଲା ବୌଦ୍ଧର ପ୍ରସିଦ୍ଧ ଘୋଷଯାତ୍ରା
author img

By

Published : Jun 23, 2020, 1:45 PM IST

ବୌଦ୍ଧ: ବୌଦ୍ଧ ଗଡଜାତର ଆରାଧ୍ୟ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଘୋଷଯାତ୍ରା ବିନା ଭକ୍ତରେ ଅନୁଷ୍ଠିତ ହୋଇଛି । ପ୍ରଶାସନିକ କଟକଣା ଯୋଗୁଁ ଚଳିତ ବର୍ଷ ରଥଯାତ୍ରାକୁ ସମ୍ପୂର୍ଣ୍ଣ ବାତିଲ କରାଯାଇଥିବାବେଳେ କେବଳ ଠାକୁରଙ୍କ ରୀତିନୀତି ଅନୁଷ୍ଠିତ ହୋଇଛି ।

ଆଜି ବୌଦ୍ଧ ସହର ସହିତ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୂଜା ପାଉଥିବା ଶ୍ରୀଜଗନ୍ନାଥ ମନ୍ଦିରରେ କଟକଣା ମାନି ସ୍ଥାନୀୟ ନିର୍ଦ୍ଦିଷ୍ଟ ସେବାୟତମାନେ ମନ୍ଦିର ମଧ୍ୟରେ ଏହି ଉତ୍ସବକୁ ବିଧି ମୁତାବକ ପାଳନ କରିଛନ୍ତି । ବୌଦ୍ଧ ଦେବୋତ୍ତର ଅଧିକାରୀ, ତହସିଲଦାର, ପୋଲିସ ଓ ଅନ୍ୟାନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଠାକୁରଙ୍କ ରୀତିନୀତି ଅନୁଷ୍ଠିତ ହୋଇଥିଲା ।

ବିନା ଭକ୍ତରେ ଅନୁଷ୍ଠିତ ହେଲା ବୌଦ୍ଧର ପ୍ରସିଦ୍ଧ ଘୋଷଯାତ୍ରା

ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଓ ଏସପି ଭି.ରଘୁନାଥ ରାଓଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚଳିତ ବର୍ଷର ଏହି ଭକ୍ତ ବିହୀନ ଘୋଷଯାତ୍ରା ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.