ETV Bharat / state

ଖାଦ୍ୟ ଅନ୍ବେଷଣରେ ଆସି ଜନବସତି ମୁହାଁ ବନ୍ୟଜନ୍ତୁ

ଜନବସତି ମୁହାଁ ହେଉଛନ୍ତି ବନ୍ୟଜନ୍ତୁ । ଗତ କିଛି ଦିନ ହେଲା ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ବଘିଆପଡା ଜଙ୍ଗଲ ଅଞ୍ଚଳରୁ ସାତଟି ହାତୀ ନିକଟସ୍ଥ ଗାଁ ଆଡକୁ ଚାଲିଆସି ବ୍ୟାପକ ଧାନ ଫସଲ ନଷ୍ଟ କରୁଥିବା ସୂଚନା ମିଳିଛି । ସେପଟେ ପାଣିଘରା ଗ୍ରାମର କିଛି ମତ୍ସ୍ୟଜୀବୀ ମହାନଦୀରୁ ଏକ ବିରଳ ପ୍ରଜାତିର ଅଷ୍ଟ୍ରେଲିଆନ ମାଛକୁ ଉଦ୍ଧାର କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Nov 1, 2020, 12:20 PM IST

wildlife animals attack people while searching food in boudh
ଖାଦ୍ୟ ଅନ୍ବେଷଣରେ ଆସି ଜନବସତି ମୁହାଁ ବନ୍ୟଜନ୍ତୁ

ବୌଦ୍ଧ: ଜନବସତି ମୁହାଁ ହେଉଛନ୍ତି ବନ୍ୟଜନ୍ତୁ । କେତେବେଳେ ମଣିଷଙ୍କୁ ଆକ୍ରମଣ କରୁଛନ୍ତି ତ ଆଉ କେତେବେଳେ ମଣିଷଙ୍କ ଆକ୍ରମଣର ଶିକାର ହେଉଛନ୍ତି । ଗତ କିଛି ଦିନ ହେଲା ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ବଘିଆପଡା ଜଙ୍ଗଲ ଅଞ୍ଚଳରୁ ସାତଟି ହାତୀ ନିକଟସ୍ଥ ଗାଁ ଆଡକୁ ଚାଲିଆସି ବ୍ୟାପକ ଧାନ ଫସଲ ନଷ୍ଟ କରୁଥିବା ସୂଚନା ମିଳିଛି । ସେହିପରି ମାଧପୁର ରେଞ୍ଜ ଅନ୍ତର୍ଗତ ଡାକପଦର ଗାଁର ଜନୈକ ବ୍ୟକ୍ତି ନିଜ ଧାନ କ୍ଷେତ ଜଗିଥିବା ବେଳେ ଏକ ଜଙ୍ଗଲୀ ଭାଲୁ ଅତର୍କିତ ଭାବେ ଆକ୍ରମଣ କରିଥିଲା । ଫଳରେ ତାଙ୍କୁ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା ।

ସେପଟେ ପାଣିଘରା ଗ୍ରାମର କିଛି ମତ୍ସ୍ୟଜୀବୀ ମହାନଦୀରୁ ଏକ ବିରଳ ପ୍ରଜାତିର ଅଷ୍ଟ୍ରେଲିଆନ ମାଛକୁ ଉଦ୍ଧାର କରିଛନ୍ତି । ମାଛର ଦେହସାରା କଣ୍ଟା ଓ ତଳମୁହାଁ ପାଟି ଥିବାରୁ ଏହାକୁ ଦେଖିବାକୁ ଭିଡ ଜମୁଛି । ଏଭଳି ଦୁର୍ଲଭ ପ୍ରଜାତିର ଜଳଚର ଓ ସ୍ଥଳଚର ପ୍ରାଣୀଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ବୁଦ୍ଧିଜୀବୀ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.