ETV Bharat / state

ଯୋଜନାରୁ ଦୂରରେ ଯୋଶଦା, ଜରୁରୀ ବିଧବା ଭତ୍ତା

author img

By

Published : Aug 20, 2019, 6:39 AM IST

ସାତ ସପନ ହୋଇଛି ସରକାରୀ ଯୋଜନା । ସ୍ବାମୀ ମଲା ପରେ ନା ମିଳିଲା ହରିଶ୍ଚନ୍ଦ୍ର ଯୋଜନା ନା ବିଧବା ଭତ୍ତା ପାଇଁ ସରକାର ଦେଖାଉଛନ୍ତି ଅନୁକମ୍ପା ।

ଫଟୋ ସୌଜନ୍ୟ:ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ବାରମ୍ବାର ଆବେଦନ ପରେ ବି ମିଳୁନି ବିଧବା ଭତ୍ତା । ପ୍ରଶାସନକୁ ଯେତେ ଗୁହାରୀ କଲେ ବି ଶୁଣିନାହାନ୍ତି କୌଣସି ଅଧିକାରୀ । ସ୍ବାମୀଙ୍କ ମୃତ୍ୟୁ ପରେ ହରିଶ୍ଚନ୍ଦ୍ର ଯୋଜନା ମିଳିନଥିବାବେଳେ ଏବେ ବିଧବା ଭତ୍ତା ପାଇଁ ସାତ ଗୁହାରୀ ହେବାକୁ ପଡୁଛି । ଏଭଳି ଅଭିଯୋଗ କରିଛନ୍ତି ବୌଦ୍ଧ ଜିଲ୍ଲା ବଢିଗାଁ ପଞ୍ଚାୟତ ଟିକିର ସାହିର ଯୋଶଦା ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ବୌଦ୍ଧ

ନା ଅଛି ଜମିବାଡି ନା ଘର। ସ୍ବାମୀ ହିମାଂଶୁ ଶେଖର ପ୍ରଧାନଙ୍କ ମୃତ୍ୟୁ ପରେ ତାଙ୍କ ଉପରେ ଅଜାଡି ହୋଇଛି ଦୁଃଖର ପାହାଡ । କଷ୍ଟେ ମଷ୍ଟେ ଧାର କରଜ କରି ଝିଅକୁ ବିବାହ କରିବା ପରେ ଏବେ ଏକ ମାତ୍ର ପୁଅକୁ ପେଟ ପାଟଣା ପାଇଁ ବାହାରକୁ ଛାଡିଛନ୍ତି ।

ତେବେ ଗରିବ, ଖଟିଖିଆ, ଅସହାୟ ଲୋକଙ୍କ ପାଇଁ ସରକାରଙ୍କ ଯୋଜନା ପ୍ରକୃତ ହିତାଧିକାରୀଙ୍କ ନିକଟରେ ପାଲଟିଛି ସାତ ସପନ । ତେଣୁ ସାଧାରଣରେ ତାଙ୍କୁ ତୁରନ୍ତ ଭତ୍ତା ଦେବାକୁ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

Intro:Body:

BLANK FOR LINK  

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.