ETV Bharat / state

ବାଟବଣା ସାମାଜିକ ସୁରକ୍ଷା; ବିଧବା ମହିଳାଙ୍କୁ ନା ମିଳିଛି ଭତ୍ତା ନା ମିଳିଛି ଆବାସ

author img

By

Published : Aug 31, 2019, 4:22 PM IST

ବିଧବା, ଅସହାୟ, ବାସହୀନ ଲୋକଙ୍କ ପାଇଁ ସରକାରଙ୍କ ମାଳମାଳ ଯୋଜନା। ହେଲେ ଏଠି ଜଣେ ବିଧବା ମହିଳାଙ୍କୁ ଭତ୍ତାଟିଏ ପାଇଁ ବିତିଗଲାଣି ଦେଢ ବର୍ଷ । ଘଟଣାଟି ଘଟିିଛି ବୌଦ୍ଧ ଜିଲ୍ଲାରେ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ଦଇବ ଯେମିତି ଦାଉ ସାଜିଛି । ସ୍ବାମୀଙ୍କ ମୃତ୍ୟୁ ପରେ ଯେମିତି ତାଙ୍କ ଉପରେ ଦୁଃଖର ପାହାଡ ଭାଙ୍ଗି ପଡିଛି । ନା ଅଛି ଘର ନା ଅଛି ଜମି । ଆଉ ତା ଭିତରେ ତିନି ତିନୋଟି ଛୁଆଙ୍କୁ ଧରି ଅତି ଦୟନୀୟ ଭାବେ ଜୀବନ କାଟୁଛନ୍ତି ବୌଦ୍ଧ ଜିଲ୍ଲା ବିରାମଚନ୍ଦ୍ରପୁର ପଞ୍ଚାୟତର ପ୍ରଭାତୀ ମାଝି । ପେଟ ପାଟଣା ପାଇଁ ପ୍ରତିଦିନ ଏଭଳି ସଂଘର୍ଷ କରୁଥିବା ଜଣେ ମହିଳାଙ୍କୁ ଏପରି ଦେଖିଲେ ସରକାରଙ୍କ ବ୍ୟବସ୍ଥା ପ୍ରତି ଉପହାସ ମନେ ହେଉଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଦୀର୍ଘ ଦେଢ ବର୍ଷ ହେବ ପ୍ରଭାତୀଙ୍କ ସ୍ବାମୀ କିଡନୀ ରୋଗରେ ପୀଡିତ ହୋଇ ମୃତ୍ୟୁବରଣ କରିଥିଲେ । ସେତେବେଳେ ନା ସ୍ବାମୀଙ୍କ ରୋଗ ପାଇଁ ସରକାର କୌଣସି ସୁବିଧା ଯୋଗାଇଲେ ନା ସ୍ବାମୀଙ୍କ ମୃତ୍ୟୁ ପରେ ବିଧବା ଭତ୍ତା । ସାମାଜିକ ସୁରକ୍ଷା ବ୍ୟବସ୍ଥାରେ ସୁରକ୍ଷା ଥିବା ବିଧବା ଭତ୍ତା ପାଇଁ ସେ ଅନେକ ଥର ପଞ୍ଚାୟତ କାର୍ଯ୍ୟାଳୟରେ ଗୁହାରୀ ମଧ୍ୟ କରିଛନ୍ତି । କିନ୍ତୁ ପ୍ରଶାସନ ତାଙ୍କ ପାଇଁ ଯେମିତି ହାତ ଟେକି ଦେଇଛନ୍ତି ।

ତେବେ ଏ ଖବର ବିଷୟରେ ଆମ ପ୍ରତିନିଧି ପଞ୍ଚାୟତ ଅଧିକାରୀଙ୍କ ସହ ଯୋଗାଯୋଗ କରିବା ପରେ ପ୍ରଭାତୀଙ୍କୁ ସହାୟତା ଯୋଗାଇ ଦେବେ ବୋଲି କହିଛନ୍ତି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

Intro:ସ୍ବାମୀ ସ୍ବର୍ଗବାସ ର ଦେଢବର୍ଷ ବିତିଲାଣି ।ବିଧବା ପତ୍ନୀ ଛୋଟ ଛୋଟ ତିନୋଟି ପିଲାମାନଙ୍କୁ ଧରି ଅତ୍ୟନ୍ତ ଦୟନୀୟ ଅବସ୍ଥାରେ କାଳକାଟୁଛନ୍ତି ।ଘରଦ୍ୱାର ଜମିଭୂମି ହୀନ ଏହି ପରିବାରକୁ ଦେଖିଲେ ଆମ ସରକାରୀ ବ୍ୟବସ୍ଥା ପ୍ରତି ଉପହାସ କଲାଭଳି ମନେହେଉଛି ।
ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ବିରାମଚନ୍ଦ୍ରପୁର ପଞ୍ଚାୟତ ର ୫୭ ନମ୍ବର ଜାତୀୟ ରାଜପଥ କଡରେ ଅତ୍ୟନ୍ତ ଅସହାୟ ଭାବରେ କାଳ କାଟୁଛନ୍ତି ପ୍ରଭାତୀ ମାଝୀ ।ସ୍ବାମୀ ଙ୍କ ଦୀର୍ଘ ଦେଢ ବର୍ଷ ତଳେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିଲେ ।କିନ୍ତୁ ସ୍ବାମୀ ଙ୍କ ମୃତ୍ୟୁ ର ଏତେ ଦିନ ବିତିଗଲା ପରେ ମଧ୍ୟ ପ୍ରଭାତୀ ଙ୍କୁ ଆଜି ଯାଏ କୌଣସି ସରକାରୀ ସହାୟତା ମିଳିପାରିନାହିଁ ।ସାମାଜିକ ସୁରକ୍ଷା ବ୍ୟବସ୍ଥା ରେ ଥିବା ବିଧବା ଭତ୍ତା ନିମନ୍ତେ ସେ ଅନେକ ଥର ପଞ୍ଚାୟତରେ ଗୁହାରି କରିଥିଲେ ମଧ୍ୟ ଆଜି ଯାଏ ଭତ୍ତା ଟିକକ ପାଇପାରି ନାହାନ୍ତି ।ଜମି ବାଡ଼ି କିମ୍ବା ଘରଦ୍ବାର ବୋଲି ସାବିତ୍ରୀ ଙ୍କ କିଛି ମଧ୍ୟ ନାହିଁ ।ଏସମ୍ପର୍କରେ ଈଟିଭି ଭାରତ ଠାରୁ ସୂଚନା ପାଇବା ପରେ ପଞ୍ଚାୟତ ଅଧିକାରୀ ସାବିତ୍ରୀ ଙ୍କୁ ସହାୟତା କରିବେ ବୋଲି କହିଛନ୍ତି ।

Body:ସରକାରୀ ସହାୟତା ରୁ ବଞ୍ଚିତ ବିଧବା ସାବିତ୍ରୀ ।

Conclusion:ବାଇଟ-୧-ପ୍ରଭାତୀ ମାଝୀ,ଅସହାୟ ବିଧବା ମହିଳା
ବାଇଟ-୨-ପୁରନ୍ଦର ଠେଲା, ପଞ୍ଚାୟତ ନିର୍ବାହୀ ଅଧିକାରୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.