ETV Bharat / state

ଚଣ୍ଡିଗଡକୁ କେବେ ସମ୍ପୂର୍ଣ୍ଣ ହେବ ରାସ୍ତା ନିର୍ମାଣ କାର୍ଯ୍ୟ ? - ବୌଦ୍ଧ ରାସ୍ତା

ମାସ ପରେ ମାସ ବିତିଗଲାଣି। ହେଲେ ରାସ୍ତା ଓ ଏକ ସେତୁ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାର ନା ଧରୁନି ।ଫଳରେ ଅଞ୍ଚଳର ଶହ ଶହ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ଚଣ୍ଡିଗଡକୁ କେବେ ସମ୍ପୂର୍ଣ୍ଣ ହେବ ରାସ୍ତା ନିର୍ମାଣ କାର୍ଯ୍ୟ ?

author img

By

Published : Jun 21, 2021, 12:01 PM IST

ବୌଦ୍ଧ: ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଖୁଣ୍ଟବନ୍ଧ ପଞ୍ଚାୟତ ରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ସଦର ଛକ ଠାରୁ ଚଣ୍ଡିଗଡକୁ ଯାଇଥିବା ସଡକଟି ଆରଡି ବିଭାଗ ଅଧିନରେ ରହିଛି । ତେବେ ପ୍ରତ୍ୟେକ ବର୍ଷ ଏହି ରାସ୍ତା ବର୍ଷା ଦିନେ ବନ୍ୟା ପାଣି ଆସି ଧୋଇ ଯାଉଥିବା ବେଳେ ବାରମ୍ବାର ଏହାକୁ ନିର୍ମାଣ କରାଯାଇ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି ସତ କିନ୍ତୁ ଫଳ ଶୂନ ।

ଚଣ୍ଡିଗଡକୁ କେବେ ସମ୍ପୂର୍ଣ୍ଣ ହେବ ରାସ୍ତା ନିର୍ମାଣ କାର୍ଯ୍ୟ ?

ବର୍ତ୍ତମାନ ମଧ୍ୟ ଆରଡି ବିଭାଗ ଉକ୍ତ ରାସ୍ତାକୁ ନିର୍ମାଣ ସହିତ ଏକ ସେତୁ ନିର୍ମାଣ କରୁଛି । କିନ୍ତୁ ଏହା କେବେ ସମ୍ପୂର୍ଣ୍ଣ ହେବ ତାର କୌଣସି ଠିକଣା ନାହିଁ । ଠିକାଦାରଙ୍କ ଉଚ୍ଛାରେ ଏହି କାମ ହେଉଛି । ସେପଟେ ଚଣ୍ଡିଗଡ ସମେତ ଅନ୍ୟାନ୍ୟ ଗ୍ରାମର ଶହ ଶହ ପରିବାର ଏବେ ଯାତାୟତ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ତୁରନ୍ତ ଏଦିଗରେ ପ୍ରଶାସନ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.