ETV Bharat / state

ବୌଦ୍ଧରେ ପଶ୍ଚିମ ଓଡିଶା ବରିଷ୍ଠ ନାଗରିକ ମହାସଂଘ ବୈଠକ - boudh

ପଶ୍ଚିମ ଓଡିଶା ବରିଷ୍ଠ ନାଗରିକ ମହାସଂଘର ଏକ ବୈଠକ ବୌଦ୍ଧ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଛି । ବୈଠକରେ ବରିଷ୍ଠ ନାଗରିକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

Weastern odisha senior citizen
Weastern odisha senior citizen
author img

By

Published : Mar 8, 2020, 9:44 PM IST

ବୌଦ୍ଧ: ପଶ୍ଚିମ ଓଡିଶା ବରିଷ୍ଠ ନାଗରିକ ମହାସଂଘର ଏକ ବୈଠକ ବୌଦ୍ଧ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଛି । ଏହି ମହାସଂଘ ବୈଠକରେ ପଶ୍ଚିମ ଓଡିଶାର 10 ଟି ଜିଲ୍ଲା ସମେତ ଗୋଟିଏ ସବଡିଭିଜନ ଆଠମଲ୍ଲିକ ର ବରିଷ୍ଠ ନାଗରିକ ମଧ୍ୟ ଯୋଗଦେଇଥିଲେ ।

ବୌଦ୍ଧରେ ପଶ୍ଚିମ ଓଡିଶା ବରିଷ୍ଠ ନାଗରିକ ମହାସଂଘ ବୈଠକ

ବୈଠକରେ ମୁଖ୍ୟତଃ ରାଜ୍ୟ ସରକାର ପଶ୍ଚିମ ଓଡିଶାର ବରିଷ୍ଠ ନାଗରିକଙ୍କୁ ଅବହେଳା କରାଯାଉଥିବା ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ବରିଷ୍ଠ ନାଗରିକ ମାନେ ଅଭିଯୋଗ କରିଛନ୍ତି ରାଜ୍ୟ ସରକାର ବରିଷ୍ଠ ନାଗରିକଙ୍କୁ ପରିଚୟ ପତ୍ର ପ୍ରଦାନରେ ପାତର ଅନ୍ତର ନୀତି ଅବଲମ୍ବନ କରୁଛନ୍ତି । ବିଶେଷ କରି ଗ୍ରାମାଞ୍ଚଳରେ ଥିବା ବରିଷ୍ଠ ନାଗରିକଙ୍କୁ ଏହାଦ୍ବାରା ବିଶେଷ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି । ଏତତ ବ୍ୟତୀତ ରାଜ୍ୟ ସରକାର ବରିଷ୍ଠ ନାଗରିକ ତୀର୍ଥଯାତ୍ରା ପାଇଁ ଯେଉଁ ଯୋଜନା କରିଛନ୍ତି ସେଥିରେ ମଧ୍ୟ କିଛି ନିର୍ଦିଷ୍ଟ ନାଗିରକଙ୍କୁ ପ୍ରାଧାନ୍ୟ ଦିଆଯାଉଛି । ଏହି ସମସ୍ତ ଅଭିଯୋଗ ସହ ଜିଲ୍ଲାୱାରୀ ତୀର୍ଥଯାତ୍ରୀଙ୍କ ସଂଖ୍ୟା ବଢାଇବାକୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବ ବୋଲି ମହାସଂଘ ନିଷ୍ପତି ନେଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.