ETV Bharat / state

ବୌଦ୍ଧ ସଦର ମହକୁମାରେ ଜଳକଷ୍ଟ, ଠିକାସଂସ୍ଥାକୁ ଦୋଷ ଦେଲେ ସରପଞ୍ଚ - ବୌଦ୍ଧରେ ପାନୀୟଜଳ ଅଭାବ

ବୌଦ୍ଧ ପଞ୍ଚାୟତ ସଦର ମହକୁମାରେ ପାନୀୟଜଳର ଅଭାବ । ଠିକା ସଂସ୍ଥାର ଅବହେଳା ଉପରେ ପ୍ରଶ୍ନବାଚୀ ସୃଷ୍ଟି କଲେ ସରପଞ୍ଚ । ଅଧିକ ପଢନ୍ତୁ...

ବୌଦ୍ଧ ପଞ୍ଚାୟତ ସଦର ମହକୁମାରେ ପାନୀୟଜଳ ଅଭାବ
ବୌଦ୍ଧ ପଞ୍ଚାୟତ ସଦର ମହକୁମାରେ ପାନୀୟଜଳ ଅଭାବ
author img

By

Published : Apr 25, 2021, 11:06 PM IST

ବୌଦ୍ଧ: ପଞ୍ଚାୟତ ସଦର ମହକୁମାରେ ପାନୀୟଜଳ ଅଭାବ । ସମସ୍ୟାକୁ ସରପଞ୍ଚ ସ୍ବୀକାର କରିବା ସହ ପାନୀୟଜଳ ପ୍ରକଳ୍ପ ଠିକା କାର୍ଯ୍ୟ ହାତେଇଥିବା ଠିକାସଂସ୍ଥାର ଅବହେଳାରୁ ଏଭଳି ପରିସ୍ଥିତି ଉପୁଜିଥିବା ସେ କହିଛନ୍ତି ।

ବୌଦ୍ଧ ପଞ୍ଚାୟତ ସଦର ମହକୁମାରେ ପାନୀୟଜଳ ଅଭାବ
ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଓଭରହେଡ ପାଣି ଟାଙ୍କି ନିର୍ମାଣ ହୋଇଛି । ଷ୍ଟାଣ୍ଡ ପୋଷ୍ଟ ମଧ୍ୟ ଅଛି । ହେଲେ ଦିନଟିଏ ମଧ୍ୟ ଜଳଯୋଗାଣ ହୋଇପାରିନି । ଏହି ଦୃଶ୍ୟ କୌଣସି ଉପାନ୍ତ ଅଞ୍ଚଳର ନୁହେଁ । ଏହା ବୌଦ୍ଧ ଜିଲ୍ଲା ସଦର ମହକୁମା ଠାରୁ ମାତ୍ର 7 କିଲୋମିଟର ଦୂରରେ 57 ନମ୍ବର ଜାତୀୟ ରାଜପଥ କଡରେ ଅବସ୍ଥିତ ବାମଣ୍ଡା ପଞ୍ଚାୟତ ସଦର ମହକୁମାର ଦୃଶ୍ୟ । ଏଠାରେ ବର୍ଷବର୍ଷ ଗ୍ରାମବାସୀ ପାନୀୟଜଳ କଷ୍ଟର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ଏନେଇ ଗ୍ରାମବାସୀ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି । ଘଟଣାକୁ ବାମଣ୍ଡା ସରପଞ୍ଚ ସ୍ବୀକାର କରିବା ସହ ନୂତନ ପାନୀୟଜଳ ପ୍ରକଳ୍ପ କାର୍ଯ୍ୟ ହାତେଇଥିବା ଠିକାସଂସ୍ଥାର ମନମୁଖି କାର୍ଯ୍ୟ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସେ ଅଭିଯୋଗ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.