ETV Bharat / state

ବୌଦ୍ଧ ପୌରାଞ୍ଚଳ: ଜିଲ୍ଲାବାସୀଙ୍କୁ ଥଣ୍ଡା ପାଣି ବଦଳରେ ଗରମ ପାଣି

ପୌରାଞ୍ଚଳରେ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଯେଉଁ 6ଗୋଟି ସ୍ଥାନରେ ଥଣ୍ଡା ପାନୀୟ ଜଳ ଯୋଗାଇ ଦିଆଯାଉଥିଲା, ଏବେ ଥଣ୍ଡା ପାଣି ବଦଳରେ ଗରମ ପାଣି ଦିଆଯାଉଛି । ଏଥିସହ ଉକ୍ତ ପାଣିକୁ ବିନା ବିଶୋଧନରେ ସିଧାସଳଖ ସପ୍ଲାଏ ପାଣିକୁ ଏଥିରେ ଛଡାଯାଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : May 11, 2019, 12:37 PM IST

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଖରାର ପ୍ରକୋପ ବୃଦ୍ଧି ସାଙ୍ଗକୁ ପାନୀୟ ଜଳର ସଙ୍କଟ ଜିଲ୍ଲାବାସୀଙ୍କୁ ଅସ୍ତବ୍ୟସ୍ତ କରିପକାଇଲାଣି । ଏପଟେ ପାରଦ ୪୫ ଡିଗ୍ରୀ ତଳକୁ ଖସିବାର ନା ନେଉନି । ସହରଠୁ ନେଇ ଗାଁ ପର୍ଯ୍ୟନ୍ତ ସବୁଠାରେ ଜନଜୀବନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ପୌରାଞ୍ଚଳରେ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଯେଉଁ 6ଟି ସ୍ଥାନରେ ଥଣ୍ଡା ପାନୀୟ ଜଳ ଯୋଗାଇ ଦିଆଯାଉଥିଲା, ଏବେ ଥଣ୍ଡା ପାଣି ବଦଳରେ ଗରମ ପାଣି ଦିଆଯାଉଛି । ଏଥିସହ ଉକ୍ତ ପାଣିକୁ ବିନା ବିଶୋଧନରେ ସିଧାସଳଖ ସପ୍ଲାଏ ପାଣିକୁ ଏଥିରେ ଛଡାଯାଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ସୂଚନା ଅନୁଯାୟୀ, ଜିଲ୍ଲାର ଏକ ମାତ୍ର ପୌରାଞ୍ଚଳରେ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି 6ଟି ସ୍ଥାନରେ ଥଣ୍ଡା ପାନୀୟ ଜଳ ଯୋଗାଇ ଦିଆଯାଇଥିଲା । କିନ୍ତୁ ଏବେ ଚିତ୍ର ପୁରା ଓଲଟା । କେଉଁଠି ପ୍ରକଳ୍ପ ଭାଙ୍ଗିଗଲାଣି ତ ଆଉ କେଉଁଠି ମୋଟେ ପାଣି ଆସୁନାହିଁ ।

ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଏବେ ଖରାଦିନରେ ସାଧାରଣ ଲୋକଙ୍କୁ ଗରମ ପାଣି ଯୋଗାଉଥିବା ଚର୍ଚ୍ଚା ହେଉଛି । ଏପଟେ ପାଣିକୁ ଫିଲ୍ଟର କରାନଯାଇ ସିଧାସଳଖ ସପ୍ଲାଏ ପାଣିକୁ ଏଥିରେ ଛଡାଯାଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

ତେବେ ପୌର ଅଧିକାରୀଙ୍କ ଅନୁସାରେ ପାଣିକୁ ଥଣ୍ଡା କରିବା ନିମନ୍ତେ ପ୍ରତ୍ୟେକ ବର୍ଷ କମ୍ପ୍ରେସର ମରାମତି କରିବା ନିମନ୍ତେ ଅର୍ଥର ଆବଶ୍ୟକତା ରହୁଥିବାରୁ କେବଳ ସପ୍ଲାଏ ପାଣିକୁ ଏଥିରେ ଦିଆଯାଇଛି । କିନ୍ତୁ ଏବେ ପ୍ରଶ୍ନ ଉଠୁଛି ଯେ, ଯଦି ଏତେ ଟଙ୍କା ବ୍ୟୟ ଅଟକଳରେ କେବଳ ସପ୍ଲାଏ ପାଣି ଦିଆଯିବ ତେବେ ଏସବୁ ପ୍ରହସନ ନକ ରି ଷ୍ଟାଣ୍ଡପୋଷ୍ଟ ପାଣି ସାଧାରଣ ଲୋକଙ୍କୁ ଦିଆଯିବା ବରଂ ଭଲହେବ ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

Intro:Body:

sds

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.