ETV Bharat / state

ବର୍ଷାରେ ବେହାଲ ବୌଦ୍ଧ, ବନ୍ୟାପାଣି ଘେରରେ ହରଭଙ୍ଗା ବ୍ଲକ

ଲଘୁଚାପ ଜନିତ ବର୍ଷା ଯୋଗୁଁ ମହାନଦୀରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ଫଳରେ ବୌଦ୍ଧର ଅନେକ ସ୍ଥାନ ଜଳମଗ୍ନ ହେବାସହ ଚାଷ ଜମି ନଷ୍ଟ ହୋଇଯାଇଛି । ହରଭଙ୍ଗା ବ୍ଲକ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ନେଇ ସୂଚନା ରହିଛି । ଅଧିକ ପଢନ୍ତୁ

author img

By

Published : Aug 15, 2022, 8:52 PM IST

ବର୍ଷାରେ ବେହାଲ ବୌଦ୍ଧ, ବନ୍ୟାପାଣି ଘେରରେ ହରଭଙ୍ଗା ବ୍ଲକ
ବର୍ଷାରେ ବେହାଲ ବୌଦ୍ଧ, ବନ୍ୟାପାଣି ଘେରରେ ହରଭଙ୍ଗା ବ୍ଲକ

ବୌଦ୍ଧ: ଜିଲ୍ଲାରେ ଅଣାୟତ୍ତ ବନ୍ୟା ପରିସ୍ଥିତି । ବନ୍ୟା ପାଣି ରାସ୍ତାରେ ପ୍ରବାହିତ ହେବା କାରଣରୁ ଅନେକ ଅଞ୍ଚଳ ଯୋଗାଯୋଗରୁ ବିଚ୍ଛିନ୍ନ ହେବାସହ ଅନେକ ଚାଷ ଜମି ଜଳମଗ୍ନ ହୋଇଯାଇଛି ।

ବୌଦ୍ଧ ଜିଲ୍ଲାରେ ରବିବାର ଠାରୁ ମହାନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ହରଭଙ୍ଗା ବ୍ଲକରେ ଅନେକ କ୍ଷୟକ୍ଷତି ହୋଇଛି । ହରଭଙ୍ଗା ବ୍ଲକର ଧଳପୁର, ରାମଗଡ, କୁଶଙ୍ଗ, ହରଭଙ୍ଗା, ସରସରା ଭଳି କେତେକ ପଞ୍ଚାୟତର ଅନେକ ଗ୍ରାମ ବନ୍ୟା ପାଣି ଯୋଗୁଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି । ବୌଦ୍ଧ ଠାରୁ ହରଭଙ୍ଗା ପର୍ଯ୍ୟନ୍ତ ଯାଇଥିବା ଜଗନ୍ନାଥ ସଡକ ଉପରେ ଆଠରୁ ଦଶ ଫୁଟ ପର୍ଯ୍ୟନ୍ତ ବନ୍ୟା ପାଣି ପ୍ରବାହିତ ହେଉଥିବା ବେଳେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ବାସିନ୍ଦା । ଅନେକ ବନ୍ୟା ଅଞ୍ଚଳରେ ଦୁଇ ଦିନ ହେଲା ବିଦ୍ୟୁତ ସରବରାହ ବନ୍ଦ ରହିଥିବା ବେଳେ ସ୍ବାସ୍ଥ୍ୟ ସେବା କଷ୍ଟକର ହୋଇ ପଡିଛି ।

ହରଭଙ୍ଗା ବ୍ଲକର ଅଭୟାରଣ୍ୟ ଭିତରେ ଥିବା ମାରଡା ଗ୍ରାମବାସୀ ଦୀର୍ଘ ପାଞ୍ଚ ଦିନ ହେଲା ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛନ୍ତି । ଏହାସହ ବୌଦ୍ଧ ସହରାଞ୍ଚଳରେ ମଧ୍ୟ ବନ୍ୟା ଜଳ ତଳିଆ ଅଞ୍ଚଳରେ ପ୍ରବେଶ କରିସାରିଛି । ବୌଦ୍ଧର ବିଜୁ ପଟ୍ଟନାୟକ ଆଦର୍ଶ ବସ୍ତି ଓ ୯ନମ୍ବର ଓ୍ବାଡର ରେଭିନ୍ୟୁ କଲୋନୀ, ଏସପିଙ୍କ କାର୍ଯ୍ୟାଳୟ ଠାରୁ ନେଇ ସେଣ୍ଟ୍ରାଲ ସ୍କୁଲ ପର୍ଯ୍ୟନ୍ତ ସବୁ ସରକାରୀ ଅଫିସରେ ବନ୍ୟା ପାଣି ଲହଡି ଭାଙ୍ଗୁଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.