ETV Bharat / state

ପ୍ରବଳ ବର୍ଷା ଯୋଗୁଁ ବୌଦ୍ଧର ଅନେକ ଅଞ୍ଚଳ ଜଳବନ୍ଦୀ, ଜନଜୀବନ ପ୍ରଭାବିତ - ବୌଦ୍ଧର ଅନେକ ଅଞ୍ଚଳ ଜଳବନ୍ଦୀ

ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବୌଦ୍ଧ ଜିଲ୍ଲାର ଅନେକ ସ୍ଥାନ ଜଳବନ୍ଦୀ । ଅସ୍ତବ୍ୟସ୍ତ ଜନଜୀବନ । ଅଧିକ ପଢନ୍ତୁ...

water logging in boudh district due to heavy rainfall
ପ୍ରବଳ ବର୍ଷା ଯୋଗୁଁ ବୌଦ୍ଧର ଅନେକ ଅଞ୍ଚଳ ଜଳବନ୍ଦୀ, ଜନଜୀବନ ପ୍ରଭାବିତ
author img

By

Published : Aug 18, 2020, 9:30 AM IST

ବୌଦ୍ଧ: ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ନଦୀ ନାଳରେ ବନ୍ୟା ଜଳ ଆସି ଦୁଇ କୂଳ ଖାଉଛି । ମହାନଦୀ ସହିତ ତେଲନଦୀ ,ସାଲୁଙ୍କୀ ଓ ବାଘ ନଦୀରେ ବନ୍ୟା ଜଳ ପ୍ରବାହିତ ହୋଇ ଅନେକ ସ୍ଥାନରେ ଛୋଟ ଛୋଟ ଘାଇ ସୃଷ୍ଟି ହୋଇଛି । ହରଭଙ୍ଗା ବ୍ଲକର ଜଗନ୍ନାଥ ସଡକ ଉପରେ କିଛି ସ୍ଥାନରେ ବନ୍ୟା ଜଳ ପ୍ରବାହିତ ହେଉଛି । ବନ୍ୟା ପାଣି ଯୋଗୁଁ ଅତଳସରା,କୁତୁରୀ ଭଳି ଉପାନ୍ତ ଗାଁ ପାଣି ଘେରରେ ରହିଛି ।

ପ୍ରବଳ ବର୍ଷା ଯୋଗୁଁ ବୌଦ୍ଧର ଅନେକ ଅଞ୍ଚଳ ଜଳବନ୍ଦୀ, ଜନଜୀବନ ପ୍ରଭାବିତ

ସେପଟେ ବାଘନଦୀରେ ବନ୍ୟା ଜଳ ପ୍ରବାହିତ ଯୋଗୁଁ ଶଗଡା ପଞ୍ଚାୟତର ମାଳତୀ ଗୋଛାପଡା ଓ ଶିଗାଡି ଭଳି ଅପହଞ୍ଚ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇ ଯାଇଛି । ତେବେ ସୋମବାର ଠାରୁ ବର୍ଷା କମିଥିବାରୁ କେତେକ ସେତୁ ଉପରେ ପ୍ରବାହିତ ହେଉଥିବା ବନ୍ୟା ଜଳ କମି ଯାଇଛି । ଜିଲ୍ଲା ପ୍ରଶାସନ ତିନି ବ୍ଲକର କର୍ତ୍ତୃପକ୍ଷ, ତହସିଲଦାର ଓ ଜରୁରୀକାଳୀନ ବିଭାଗକୁ ତତ୍ପର ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.