ETV Bharat / state

କୂଳ ଲଙ୍ଘୁଛି ମହାନଦୀ, ଆତଙ୍କିତ ଲୋକେ

ବର୍ଷା ଆସିଲେ କୂଳ ଲଂଘୁଛି ମହାନଦୀ । ଆତଙ୍କିତ ଅବସ୍ଥାରେ ରହିଛନ୍ତି ବୌଦ୍ଧ ଜିଲ୍ଲାର ମହାନଦୀ କୂଳିଆ ଅଧିବାସୀ । ଅଧିକ ପଢ଼ନ୍ତୁ

author img

By

Published : Jul 13, 2022, 1:54 PM IST

river crosses the shore in rainy season in boudh
କୂଳ ଲଙ୍ଘୁଛି ମହାନଦୀ, ଆତଙ୍କିତ ଲୋକେ

ବୌଦ୍ଧ: କୂଳ ଲଙ୍ଘୁଛି ମହାନଦୀ । ଦିନକୁ ଦିନ ମହାନଦୀ କୂଳ ଖାଉଥିବାରୁ ମହାନଦୀ କୂଳିଆ ଅଧିବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ବୌଦ୍ଧ ଜିଲ୍ଲାର 100 କିଲୋମିଟରରୁ ଊର୍ଦ୍ଧ୍ବ ତଟ ଅସୁରକ୍ଷିତ ହୋଇପଡିଛି । ମହାନଦୀ କୂଳରେ ରିଂ ରୋଡ ପାଇଁ ଦାବି ହୋଇଛି ।

କୂଳ ଲଙ୍ଘୁଛି ମହାନଦୀ

ବର୍ଷା ଦିନ ଆସିଲେ ମହାନଦୀ କୂଳିଆ ଅଧିବାସୀଙ୍କ ଚିନ୍ତା ବଢିଯାଉଛି। ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଠାରୁ ମାରଡା ପର୍ଯ୍ୟନ୍ତ ମହାନଦୀ କୂଳିଆ ବାଉଁଶୁଣୀ ଗଡଭିତର,ତେନ୍ତୁଳି ପାଲି,ଜଗତି, କରଡି,ଖଣ୍ଡିଧଳପୁର,ପାଣିଘରା,ହରଭଙ୍ଗା, ସାକୁସିଙ୍ଗା,ଅତଳସରା ଭଳି କେତେକ ଗ୍ରାମ ସମେତ ଜିଲ୍ଲା ସଦର ମହକୁମା ବୌଦ୍ଧ ସହରର ତିନି ପାର୍ଶ୍ଵକୁ ମହାନଦୀ ଘେରି ରହିଛି । ଅନେକ ଥର ମହାନଦୀ ତଟର ସୁରକ୍ଷା ପାଇଁ ପର୍ଯ୍ୟାୟ କ୍ରମେ ପଦକ୍ଷେପ ଗ୍ରହଣ କରାଗଲେ ମଧ୍ୟ ତାହା ଯଥେଷ୍ଟ ହୋଇପାରୁନାହିଁ । ବ୍ରିଟିଶ ରାଜତ୍ଵରେ ବୌଦ୍ଧ ଷ୍ଟେଟର ତତ୍କାଳୀନ ଦେଓ୍ବାନ ସଦାନନ୍ଦ ରାୟ ସହରର ଚନ୍ଦ୍ରଚୂଡ ମନ୍ଦିର ଘାଟ ଓ ରଜାପଡା ଘାଟରେ ପଥର ବନ୍ଧ ବାନ୍ଧିଥିଲେ ।

ପରବର୍ତ୍ତୀ ସମୟରେ ଅନ୍ୟ କେତେକ ସ୍ଥାନର ନଦୀକୂଳରେ ପଥର ବନ୍ଧା ହୋଇଥିଲା । ତେବେ ଦୀର୍ଘ ବର୍ଷ ହେଲା ମହାନଦୀ କୂଳରେ ରିଂ ବନ୍ଧ ସହିତ ସେତୁଛକ ଠାରୁ କେନ୍ଦ୍ରୀୟ ବିଦ୍ୟାଳୟ ପର୍ଯ୍ୟନ୍ତ ରିଂ ରୋଡ ପାଇଁ ବାରମ୍ବାର ଦାବି ହୋଇ ଆସୁଛି । କିନ୍ତୁ ଆଜିଯାଏ କୌଣସି ସୁଫଳ ମିଲିନଥିବା ଜନସାଧାରଣ କହିଛନ୍ତି । ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ତୁରନ୍ତ ଏଦିଗରେ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରୁ ଦାବି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.