ETV Bharat / state

ସମସ୍ୟା ଘେରରେ ମହାଲିକପଡା ପଞ୍ଚାୟତ, ଆଗାମୀ ପଞ୍ଚାୟତ ଭୋଟ ବର୍ଜନ କରିବାକୁ ଚେତାବନୀ - ଭୋଟ ବର୍ଜନ କରିବାକୁ ମହାଲିକପଡା ପଞ୍ଚାୟତବାସୀଙ୍କ ଚେତାବନୀ

ବହୁବିଧ ସମସ୍ୟା ଘେରରେ ବୌଦ୍ଧ ଜିଲ୍ଲା ମହାଲିକପଡା ପଞ୍ଚାୟତ । ଏନେଇ ବାରମ୍ବାର ଗୁହାରି ପରେ ବି କୌଣସି ସୁଫଳ ନମିଳିବାରୁ ଆଗାମୀ ପଞ୍ଚାୟତ ଭୋଟ ବର୍ଜନ ପାଇଁ ଚେତାବନୀ(boycott panchayat elections) ଦେଇଛନ୍ତି ମହାଲିକପଡା ପଞ୍ଚାୟତବାସୀ(mahalikpada panchayat people) । ଅଧିକ ପଢନ୍ତୁ

ସମସ୍ୟା ଘେରରେ ମହାଲିକପଡା ପଞ୍ଚାୟତ,  ଆଗାମୀ ପଞ୍ଚାୟତ ଭୋଟ ବର୍ଜନ କରିବାକୁ ଚେତାବନୀ

author img

By

Published : Dec 15, 2021, 6:36 PM IST

ବୌଦ୍ଧ: ବହୁବିଧ ସମସ୍ୟା ଘେରରେ ପଞ୍ଚାୟତ । ଏନେଇ ବାରମ୍ବାର ଗୁହାରି ପରେ ବି କୌଣସି ସୁଫଳ ନମିଳିବାରୁ ଆଗାମୀ ପଞ୍ଚାୟତ ଭୋଟ ବର୍ଜନ ପାଇଁ ଚେତାବନୀ(boycott panchayat elections) ଦେଇଛନ୍ତି ବୌଦ୍ଧ ଜିଲ୍ଲା ମହାଲିକପଡା ପଞ୍ଚାୟତବାସୀ(mahalikpada panchayat people) । ଜିଲ୍ଲାରେ ଥିବା ୬୯ ଟି ପଞ୍ଚାୟତ ମଧ୍ୟରୁ ୨୨ ଟି ପଞ୍ଚାୟତକୁ ନେଇ ଗଠିତ ହରଭଙ୍ଗା ବ୍ଲକ(harbhanga block) । ତନ୍ମଧ୍ୟରୁ ମହାଲିକପଡା ପଞ୍ଚାୟତକୁ ବାରମ୍ବାର ଉପେକ୍ଷା କରାଯାଉଥିବାରୁ ତାହା ଅତ୍ୟନ୍ତ ଅନୁନ୍ନତ ହୋଇ ପଡିରହିଥିବା ଅଭିଯୋଗ ହୋଇଛି ।

ସମସ୍ୟା ଘେରରେ ମହାଲିକପଡା ପଞ୍ଚାୟତ, ଆଗାମୀ ପଞ୍ଚାୟତ ଭୋଟ ବର୍ଜନ କରିବାକୁ ଚେତାବନୀ

ଗମନାଗମନର ଅବ୍ୟବସ୍ଥାଠାରୁ ଆରମ୍ଭ କରି ପାନୀୟଜଳ, ସ୍ବାସ୍ଥ୍ୟ, ଜଳସେଚନ ସବୁଥିରେ ଏହି ମହାଲିକପଡା ପଞ୍ଚାୟତ ପଛରେ ପଡିଥିବା ସ୍ଥାନୀୟ ଅଧିବାସୀ ଅଭିଯୋଗ କରିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ, ସ୍ବାଧୀନତାର 75 ବର୍ଷ ପରେ ମଧ୍ୟ ମହାଲିକପଡା ପଞ୍ଚାୟତରେ ମୋବାଇଲ ନେଟୱାର୍କ ନାହିଁ । ଫଳରେ ପଞ୍ଚାୟତର ସମସ୍ତ କାର୍ଯ୍ୟ ସୁଦୂର ଚାରିଛକସ୍ଥିତ ବ୍ଲକ କାର୍ଯ୍ୟାଳୟରେ ସମାପନ ହୋଇଥାଏ ।

ଏନେଇ ପଞ୍ଚାୟତବାସୀ ବାରମ୍ବାର ପ୍ରଶାସନ ନିକଟରେ ଗୁହାରି କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଏଣୁ ସେମାନେ ବୌଦ୍ଧ ଜିଲ୍ଲାପାଳଠାରେ ପୁଣିଥରେ ଗୁହାରି ଜଣାଇଛନ୍ତି । ଏଦିଗରେ ଯଦି କୌଣସି ସୁଫଳ ନମିଳେ, ତେବେ ପଞ୍ଚାୟତବାସୀ ଆଗାମୀ ପଞ୍ଚାୟତ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.