ETV Bharat / state

ଲକଡାଉନରେ ରକ୍ତାଭାବ ଦୂର ପାଇଁ ଆଗେଇ ଆସିଲେ ସ୍ବେଚ୍ଛାସେବୀ ମହିଳା

author img

By

Published : Jun 14, 2020, 4:30 PM IST

Updated : Jun 14, 2020, 5:16 PM IST

ଲକଡାଉନ ସମୟରେ ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଛି ରକ୍ତାଭାବ । ରକ୍ତଭଣ୍ଡାର ସବୁ ଖାଲି ହେବାରେ ଲାଗିଥିବା ବେଳେ ରକ୍ତର ଘୋର ଅଭାବ ଦେଖା ଦେଇଥିବାରୁ ରକ୍ତଦାନ ପାଇଁ ବୌଦ୍ଧ ଜିଲ୍ଲାରେ ଆଗେଇ ଆସିଛନ୍ତି ଅନେକ ସ୍ବେଚ୍ଛାସେବୀ ଯୁବତୀ ଓ ମହିଳା ।

boudh latest news, blood donation in boudh, volunter blood doner in boudh, lockdown in boudh, ବୌଦ୍ଧ ଲାଟେଷ୍ଟ ନ୍ୟୁଜ୍‌, ବୌଦ୍ଧରେ ରକ୍ତଦାତା ଦିବସ, ବୌଦ୍ଧରେ ସ୍ବେଚ୍ଛାସେବୀଙ୍କ ରକ୍ତଦାନ, ବୌଦ୍ଧରେ ଲକଡାଉନ
ଲକଡାଉନରେ ରକ୍ତାଭାବ ଦୂର ପାଇଁ ଆଗେଇ ଆସିଲେ ସ୍ବେଚ୍ଛାସେବୀ ମହିଳା

ବୌଦ୍ଧ: ଲକଡାଉନ ସମୟରେ ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଛି ରକ୍ତାଭାବ । ରକ୍ତଭଣ୍ଡାର ସବୁ ଖାଲି ହେବାରେ ଲାଗିଥିବା ବେଳେ ରକ୍ତର ଘୋର ଅଭାବ ଦେଖା ଦେଇଥିବାରୁ ରକ୍ତଦାନ ପାଇଁ ବୌଦ୍ଧ ଜିଲ୍ଲାରେ ଆଗେଇ ଆସିଛନ୍ତି ଅନେକ ସ୍ବେଚ୍ଛାସେବୀ ଯୁବତୀ ଓ ମହିଳା । ସ୍ଥାନୀୟ ଟାଉନ ହଲଠାରେ ରବିବାର ‘ବିଶ୍ବ ରକ୍ତଦାତା ଦିବସ’ ପାଳନ ଅବସରରେ ଅନେକ ସ୍ବେଚ୍ଛାସେବୀ ମହିଳା ରକ୍ତ ଦାନ କରିବାକୁ ଆଗେଇ ଆସିଥିବା ଦେଖିବାକୁ ମିଳିଥିଲା ।

ଏକାଠି ହୋଇଥିବା ସ୍ବେଚ୍ଛାସେବୀଙ୍କ ମଧ୍ୟରୁ ଅନେକ ପ୍ରଥମ ଥର ପାଇଁ ଏଭଳି ମହତ କାର୍ଯ୍ୟରେ ସାମିଲ ହୋଇ ଖୁସି ପ୍ରକାଶ କରିଥିଲେ । ସେପଟେ କାର୍ଯ୍ୟକ୍ରମରେ ଅତିଥି ଭାବେ ବିଧାୟକ ପ୍ରଦୀପ କୁମାର ଅମାତ, ଏସପି ଭି ରଘୁନାଥ ରାଓ ଓ ଉପଜିଲ୍ଲାପାଳ ଏନସି ଜ୍ୟୋତିରଞ୍ଜନ ନାଏକ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ଭାଗ ନେଇଥିବା ସ୍ବେଚ୍ଛାସେବୀମାନଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Jun 14, 2020, 5:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.