ETV Bharat / state

ଭୋଟ ପାଇଁ ନାଟ ! ରାତାରାତି ଚାଲିଥିଲା ରାସ୍ତାନିର୍ମାଣ, ବନ୍ଦ କଲେ ଗ୍ରାମବାସୀ - ବେଆଇନ ରାସ୍ତା ନିର୍ମାଣ କାମ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ଚାଲିଛି ପ୍ରଚାର ଅଭିଯାନ। ଏହାରି ଭିତରେ ରାତାରାତି ଏକ ରାସ୍ତା ନିର୍ମାଣକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଅଧିକ ପଢ଼ନ୍ତୁ

ରାତାରାତି ନିର୍ମାଣ ହେଉଥିବା ରାସ୍ତାକାର୍ଯ୍ୟକୁ ବନ୍ଦ କଲେ ଗ୍ରାମବାସୀ

author img

By

Published : Feb 16, 2022, 12:14 PM IST

ବୌଦ୍ଧ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ଚାଲିଛି ପ୍ରଚାର ଅଭିଯାନ। ଏହାରି ଭିତରେ ରାତାରାତି ଏକ ରାସ୍ତା ନିର୍ମାଣକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ବୌଦ୍ଧ ଜିଲ୍ଲା ବାମଣ୍ଡା ପଞ୍ଚାୟତର ପନଖିମାଳ ଗ୍ରାମର ମୁଖ୍ୟ ରାସ୍ତା ଠାରୁ ହରିଜନ ବସ୍ତି ପର୍ଯ୍ୟନ୍ତ ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି ।

ରାତାରାତି ନିର୍ମାଣ ହେଉଥିବା ରାସ୍ତାକାର୍ଯ୍ୟକୁ ବନ୍ଦ କଲେ ଗ୍ରାମବାସୀ

ଜିଲ୍ଲାରେ ନିର୍ବାଚନ ଉଷ୍ମତା ଥିବାବେଳେ ଠିକାଦାରଙ୍କ ଏଭଳି ତରବରିଆ ଭାବେ ରାତାରାତି ରାସ୍ତା ନିର୍ମାଣକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନିର୍ମାଣ ହୋଇଥିବା ରାସ୍ତାରେ ଅଳ୍ପ କିଛି ମୋରମ ବିଛାଇ ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ପାଇଁ ଚେଷ୍ଟା କରୁଥିବା ବେଳେ ଗ୍ରାମବାସୀମାନେ ଉକ୍ତ କାର୍ଯ୍ୟକୁ ବନ୍ଦ କରିଦେଇଛନ୍ତି ।

ସେହି ରାସ୍ତାରେ ତିନୋଟି ଛୋଟ ସେତୁର ଆବଶ୍ୟକତା ଥିବା ବେଳେ ତାହା କରାନଯାଇ ରାତାରାତି ଅଳ୍ପ ମୋରମ ବିଛାଇ ରାସ୍ତା ତିଆରିକୁ ନେଇ ଗ୍ରାମବାସୀ ତୀବ୍ର ବିରୋଧ କରିଥିବା ଦେଖିବାକୁ ମିଳିଛି। ଏଥିସହ ଏହାର ତଦନ୍ତ ଦାବି କରି ରାସ୍ତା ନିର୍ମାଣ କାର୍ଯ୍ୟକୁ ବନ୍ଦ କରିଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.