ETV Bharat / state

ପାନୀୟଜଳ ସମସ୍ୟା ନେଇ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କଲେ ଗ୍ରାମବାସୀ - ବୌଦ୍ଧ ପାନୀୟଜଣ ସମସ୍ୟା ଖବର

ବୌଦ୍ଧ ଜିଲ୍ଲା ବାମଣ୍ଡା ପଞ୍ଚାୟତର ନାଏକପଡା ପ୍ରତିଶ୍ରୁତି ମୁତାବକ ଗାଁରେ ପହଞ୍ଚିଲାନି ପାନୀୟଜଳ । ଗ୍ରାମବାସୀ ମିଳିତ ହୋଇ ଜଳଯୋଗାଣ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ ସହ ଧାରଣାରେ ବସିଲେ । ଅଧିକ ପଢନ୍ତୁ...

ପାନୀୟଜଳ ସମସ୍ୟା: ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କଲେ ଗ୍ରାମବାସୀ

author img

By

Published : Nov 17, 2020, 5:39 PM IST

ବୌଦ୍ଧ: ପାନୀୟ ଜଳ ସମସ୍ୟାକୁ ନେଇ ଜଳଯୋଗାଣ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ । ପ୍ରତିଶ୍ରୁତି ପରେ ପାନୀୟଜଳ ନମିଳିବାରୁ ଶେଷରେ ଗ୍ରାମ୍ୟ ଜଳଯୋଗାଣ କାର୍ଯ୍ୟାଳୟ ଘେରାଉ ସହ ଦୀର୍ଘ ସମୟ ଧରି ଧାରଣାରେ ବସିଛନ୍ତି ଗ୍ରାମବାସୀ ।

ପାନୀୟଜଳ ସମସ୍ୟା: ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କଲେ ଗ୍ରାମବାସୀ

ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ବାମଣ୍ଡା ପଞ୍ଚାୟତ ନାଏକପଡା ଗ୍ରାମରେ ଦୀର୍ଘ ଦିନରୁ ଥିବା ପାନୀୟଜଳ ପ୍ରକଳ୍ପ ଅଚଳ ହୋଇଯାଇଛି । ଫଳରେ ଗାଁ ଲୋକେ ପାନୀୟଜଳ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ସହ ଦୂଷିତ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି ।ଏ ସମ୍ପର୍କରେ ଗ୍ରାମବାସୀ ବାରମ୍ବାର ଅଭିଯୋଗ ପରେ କୌଣସି ସୁଫଳ ନମିଳିବାରୁ ଗତ ମାସରେ ନିର୍ବାହୀ ଯନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ ।

ତେବେ ପ୍ରତିଶ୍ରୁତି ମୁତାବକ ମାସେରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ମଧ୍ୟ ବିଭାଗ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରିନାହିଁ । ଏ ନେଇ ଗ୍ରାମବାସୀ ଏକତ୍ରିତ ହୋଇ ଜଳଯୋଗାଣ କାର୍ଯ୍ୟାଳୟ ଘେରାଉ କରିବା ସହ ଧାରଣାରେ ବସିଥିଲେ ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.