ETV Bharat / state

ବାଟ ହୁଡୁଛି ସରକାରୀ ଯୋଜନା, ଅଭିଯୋଗ ପରେ ଗାଁରେ ପହଞ୍ଚିଲେ ସିଡିପିଓ - ବୌଦ୍ଧରେ ଗ୍ରାମବାସୀଙ୍କ ସମସ୍ୟା

ଉପାନ୍ତ ଅଞ୍ଚଳରେ ଅପହଞ୍ଚ ହୋଇଛି ସରକାରୀ ଯୋଜନା। ରାଜ୍ୟ ସରକାର ଶିଶୁ ଓ ମହିଳାଙ୍କ ବିକାଶ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସରକାରୀ ଯୋଜନାର ବାଟବଣା ହୋଇଥିବା ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

Villagers deprived of basic amenities in boudh
ବାଟ ହୁଡୁଛି ସରକାରୀ ଯୋଜନା
author img

By

Published : May 1, 2022, 4:14 PM IST

ବୌଦ୍ଧ: ଉପାନ୍ତ ଅଞ୍ଚଳରେ ଅପହଞ୍ଚ ହୋଇଛି ସରକାରୀ ଯୋଜନା। ରାଜ୍ୟ ସରକାର ଶିଶୁ ଓ ମହିଳାଙ୍କ ବିକାଶ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସରକାରୀ ଯୋଜନାର ବାଟବଣା ହୋଇଥିବା ଦେଖିବାକୁ ମିଳିଛି । ବିଭିନ୍ନ ମୌଳିକ ଅଧିକାରରୁ ବଞ୍ଚିତ ହେଉଛନ୍ତି ଅଞ୍ଚଳବାସୀ ।

ବାଟ ହୁଡୁଛି ସରକାରୀ ଯୋଜନା

ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକର ଅନେକ ପଞ୍ଚାୟତରେ ଏଭଳି ଶତାଧିକ ଗ୍ରାମ ରହିଛି ଯେଉଁ ସ୍ଥାନକୁ ରାସ୍ତା ନଥିବା ହେତୁ ସରକାରଙ୍କ କଲ୍ୟାଣକାରୀ ଯୋଜନା ପହଞ୍ଚି ପାରିନାହିଁ । ସଦର ବ୍ଲକ ଅନ୍ତର୍ଗତ ଟିକରପଡା, ଆମ୍ବଝରୀ, ଗୁନ୍ଦୁଳିଆ ଭଳି ପଞ୍ଚାୟତର ଅପହଞ୍ଚ ଗ୍ରାମ ମଧ୍ୟରେ ଜିଲେଜୁ,ପଡମ,ମାତାଗାଡୁ,ଭୂତମୁଣ୍ଡି,ଦମଣ୍ଡା, କାମାରକୋଡା,ଡଙ୍କେଣୀ,ଲକଡପାଜୁ,ସାଲଦରଙ୍ଗା ଭଳି ଅନେକ ଗ୍ରାମ ରହିଛି ।

ଏସବୁ ଅଞ୍ଚଳକୁ ଆମ୍ବୁଲାନ୍ସ ସେବା ଆଜି ପର୍ଯ୍ୟନ୍ତ ପହଞ୍ଚି ପାରି ନାହିଁ । ଫଳରେ ଗ୍ରାମବାସୀ ବିଶେଷ କରି ଗର୍ଭବତୀ ମହିଳାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ଗ୍ରାମରେ ଅଙ୍ଗନବାଡ଼ି କେନ୍ଦ୍ରଟିଏ ମଧ୍ୟ ନିର୍ମାଣ ହୋଇ ପାରୁନାହିଁ । କାମାରକୋଡା ଠାରେ ଦୀର୍ଘ ବର୍ଷ ହେଲା ଅଙ୍ଗନବାଡି କେନ୍ଦ୍ର ଏକ ଅସ୍ଥାୟୀ ଭଙ୍ଗା ଚାଳଘରେ ଚାଲୁଥିବାବେଳେ ପକ୍କାଘର ଖଣ୍ଡେ ନିର୍ମାଣ ହୋଇ ପାରୁନାହିଁ । ତେବେ ଗ୍ରାମବାସୀଙ୍କ ବାରମ୍ବାର ଅଭିଯୋଗ ପରେ ବୌଦ୍ଧ ସିଡିପିଓ ଗ୍ରାମରେ ପହଞ୍ଚି ସେଠାକାର ସ୍ଥିତି ପରଖିଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.