ETV Bharat / state

କ୍ରସର ଆନ୍ଦୋଳନରେ ସାମିଲ ହେଲେ ଛାତ୍ରଛାତ୍ରୀ, ବିଦ୍ୟାଳୟରେ ଉପସ୍ଥାନ ଶୂନ୍ୟ

author img

By

Published : Nov 8, 2022, 11:00 PM IST

ଖରଭୁଇଁ ଅଞ୍ଚଳରେ ଥିବା କ୍ରସରକୁ ନେଇ ଜାରି ରହିଛି ଆନ୍ଦୋଳନ । ଏଥିରେ ଛାତ୍ରଛାତ୍ରୀ ମାନେ ସାମିଲ ହେବାରୁ ବିଦ୍ୟାଳୟରେ ଉପସ୍ଥାନ ଶୂନ୍ୟ । ଅଧିକ ପଢନ୍ତୁ

villagers-demand-to-stop stone crosser-and-stone-quarry-in-kharabhuin-boudh
କ୍ରସର ଆନ୍ଦୋଳନରେ ସାମିଲ ହେଲେ ଛାତ୍ରଛାତ୍ରୀ

ବୌଦ୍ଧ: ଥମିବାର ନା ଧରୁନି କ୍ରସର ବିରୋଧରେ ଆନ୍ଦୋଳନ, ଏପଟେ ବାହାରି ପାରୁନି ସମାଧାନର ବାଟ । କ୍ରସର ବିରୋଧରେ ହୋଇଥିବା ଆନ୍ଦୋଳନରେ ଛାତ୍ରଛାତ୍ରୀ ସାମିଲ ହୋଇଥିବାରୁ ଖାଲି ପଡିଛି ବିଦ୍ୟାଳୟ ଶ୍ରେଣୀ ଗୃହ । ବିଦ୍ୟାଳୟକୁ ନଯିବାରୁ ଉପସ୍ଥାନ ସମ୍ପୂର୍ଣ୍ଣ ଶୂନ୍ୟ ହୋଇ ଯାଇଛି । ଦୀର୍ଘ ଦିନ ହେଲା ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ଅନ୍ତର୍ଗତ ଖରଭୁଇଁ ଅଞ୍ଚଳରେ ଥିବା କ୍ରସରକୁ ନେଇ ଆନ୍ଦୋଳନ ଜାରି ରହିଥିବାରୁ ଏପରି ସ୍ଥିତି ଉପୁଜିଛି ।

କ୍ରସର ଆନ୍ଦୋଳନରେ ସାମିଲ ହେଲେ ଛାତ୍ରଛାତ୍ରୀ

ଖରଭୁଇଁ ଅଞ୍ଚଳରେ ଚାରୋଟି ଷ୍ଟୋନ କ୍ରସର ଓ ସାତଟି କ୍ବାରି ରହିଛି । ଏହା ପରିବେଶ ଉପରେ ଗଭୀର ପ୍ରଭାବ ପକାଇବା ସହିତ ଅଞ୍ଚଳର ଜୀବନ ଜୀବିକା ଉପରେ ପ୍ରଭାବ ପକାଉଥିବା ଅଭିଯୋଗ ଆଣିଥିଲେ ସ୍ଥାନୀୟ ଲୋକେ। ଫଳରେ କ୍ରସର ବନ୍ଦ କରିବାକୁ ଦୀର୍ଘ ଦିନ ହେଲା ଆନ୍ଦୋଳନ ଜାରି ରହିଛି । ଗତ ବର୍ଷ ବୌଦ୍ଧ ଜିଲ୍ଲା ପ୍ରଶାସନ ଏସବୁ ପଥର କ୍ରସର ବନ୍ଦ ପାଇଁ ନିର୍ଦ୍ଦେଶ ଦେଇ କିଛି ମାସ ତଳେ ପୁଣିଥରେ ଚଳାଇବାକୁ ଅନୁମତି ଦେବାପରେ ଆନ୍ଦୋଳନ ତୀବ୍ରତର ହୋଇଛି ।

ଏହା ମଧ୍ୟ ପଢନ୍ତୁ-ବାଲିଯାତ୍ରା ଆରମ୍ଭରୁ ଅଘଟଣ, ମହାନଦୀରେ ବୁଡି ବ୍ୟବସାୟୀ ମୃତ

ଖରଭୁଇଁ ଗ୍ରାମବାସୀ ଚଳିତ ମାସ ୧ ତାରିଖ ଠାରୁ କ୍ରସରକୁ ସଂଯୋଗ କରୁଥିବା ରାସ୍ତା ଅବରୋଧ କରି ଗଣଧାରଣା ଜାରି ରଖିଥିବା ବେଳେ ପ୍ରଶାସନ ସହିତ ବାରମ୍ବାର ଆଲୋଚନା ପରେ ମଧ୍ୟ ତାହା ସଫଳ ହୋଇ ପାରିନାହିଁ । ବର୍ତ୍ତମାନ ପୁଣି ଉକ୍ତ ଆନ୍ଦୋଳନରେ ଅଞ୍ଚଳର ଛାତ୍ରଛାତ୍ରୀ ମାନେ ସାମିଲ ହୋଇଥିବାରୁ ଖରଭୁଇଁ ବିଦ୍ୟାଳୟରେ କେବଳ ଶିକ୍ଷକଙ୍କୁ ଛାଡିଦେଲେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଶୂନ୍ୟ ହୋଇ ଯାଇଛି । ଯେତେ ଦିନ ପର୍ଯ୍ୟନ୍ତ ଏହି ସମସ୍ୟାର ସମାଧାନ ନହୋଇଛି ସେତେଦିନ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ଯିବେ ନାହିଁ ବୋଲି ରୋକଠୋକ କହିବା ସହିତ ଉକ୍ତ ଧାରଣା ସ୍ଥଳରେ ହିଁ ବହି ବସ୍ତାନୀ ଧରି ପାଠ ପଢୁଛନ୍ତି । ଗୋଟିଏ ପଟେ କ୍ରସର ଶିଳ୍ପ ବନ୍ଦ ଯୋଗୁଁ ଅଞ୍ଚଳର ଉନ୍ନୟନ କାର୍ଯ୍ୟ ଉପରେ ଗଭୀର ପ୍ରଭାବ ପଡୁଥିବା ବେଳେ ଅନ୍ୟ ପଟରେ କ୍ରସର ବିରୋଧୀ ଆନ୍ଦୋଳନକାରୀଙ୍କ ଦାବି ଜିଲ୍ଲା ପ୍ରଶାସନ କିଭଳି ସମାଧାନ କରିବ ତା ଉପରେ ସମସ୍ତଙ୍କ ନଜର ରହିଛି ।

ଇଟିଭି ଭାରତ,ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.