ETV Bharat / state

ଏବେବି ଅପହଞ୍ଚ ସରକାରୀ ଯୋଜନା: ନିର୍ବାଚନ ଆସିଲେ ହୁଏ ପ୍ରତିଶୃତି ବର୍ଷା - ବୌଦ୍ଧ ଜିଲ୍ଲାର ଅପହଞ୍ଚ ଇଲାକା

ବୌଦ୍ଧ ଜିଲ୍ଲାର ବନ୍ୟପ୍ରାଣୀ ଅଭୟାରଣ୍ୟ ଭିତରେ ଓ ନିକଟବର୍ତ୍ତୀ ଗ୍ରାମ ଗୁଡିକରେ ସରକାରଙ୍କ ବିଭିନ୍ନ ଯୋଜନା ଅପହଞ୍ଚ ହୋଇ ପଡିଛି । ଖାଲି ନିର୍ବାଚନ ସମୟ ଆସିଲେ ଏଠାରେ ପ୍ରତିଶୃତି ବର୍ଷା ହୋଇଥାଏ । ଅଧିକ ପଢନ୍ତୁ

ଏବେବି ଅପହଞ୍ଚ ସରକାରୀ ଯୋଜନା: ନିର୍ବାଚନ ଆସିଲେ ହୁଏ ପ୍ରତିଶୃତି ବର୍ଷା

author img

By

Published : Feb 15, 2022, 7:57 PM IST

ବୌଦ୍ଧ: ବୌଦ୍ଧ ଜିଲ୍ଲାର ବନ୍ୟପ୍ରାଣୀ ଅଭୟାରଣ୍ୟ ଭିତରେ ଓ ନିକଟବର୍ତ୍ତୀ ଗ୍ରାମ ଗୁଡିକରେ ସରକାରଙ୍କ ବିଭିନ୍ନ ଯୋଜନା ଅପହଞ୍ଚ ହୋଇ ପଡିଛି । ଖାଲି ନିର୍ବାଚନ ସମୟ ଆସିଲେ ଏଠାରେ ପ୍ରତିଶୃତି ବର୍ଷା ହୋଇଥାଏ । ତେବେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର 9 ନମ୍ବର ଜୋନ ଅନ୍ତର୍ଗତ କୁଶଙ୍ଗ, ମହାଲିକପଡା ଓ ତଳଗାଁ ପଞ୍ଚାୟତକୁ ସଂଲଗ୍ନ ରହିଛି ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟ ।

ଏବେବି ଅପହଞ୍ଚ ସରକାରୀ ଯୋଜନା: ନିର୍ବାଚନ ଆସିଲେ ହୁଏ ପ୍ରତିଶୃତି ବର୍ଷା

ଏହା ହେଉଛି ସାତକୋଶିଆ ଅଭୟାରଣ୍ୟ କୋର ଏରିଆ ଭାବରେ ମଧ୍ୟରେ ପରିଚିତ । ମାତ୍ର ଏହି କୋର ଅଞ୍ଚଳର ମାରଡା, ପଦ୍ମତୋଳା, ଗେରେଡିସାହି,ତୈଳାସାହି ଭଳି ଅନେକ ଗ୍ରାମ ସହିତ ଅଭୟାରଣ୍ୟ ନିକଟବର୍ତ୍ତୀ ଅତଳସରା, ଭାବପୁର, ସାତଖଣ୍ଡ ଭଳି ବହୁତ ଗାଁରେ ଯେମିତି ସରକାରୀ ଯୋଜନା ଅପହଞ୍ଚ । ସେହିପରି ଏଠାରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟଜଳ, ବିଦ୍ୟୁତ, ଆବାସ, ଜଳସେଚନ ଭଳି ଯୋଜନା ଏପରିକି ଅଙ୍ଗନବାଡି କେନ୍ଦ୍ରକୁ ନେଇ ସମସ୍ୟା ଲାଗି ରହିଛି ।

ଅନ୍ୟପଟେ କେବଳ ନିର୍ବାଚନ ଋତୁ ଆସିଲେ ଏଠାକାର ଅଧିବାସୀଙ୍କୁ ପ୍ରାର୍ଥୀ ମାଳ ମାଳ ପ୍ରତିଶ୍ରୁତିରେ ଦେଇଥାନ୍ତି ବୋଲି ଲୋକେ ଅଭିଯୋଗ କରିଛନ୍ତି । କିନ୍ତୁ ନିର୍ବାଚନ ସରିଲେ ଯେଉଁ ଦୁଃଖକୁ ସେହି ଦୁଃଖ ଏଠାକାର ଲୋକଙ୍କ ପାଖରେ ରହିଯାଏ । ମାତ୍ର ବର୍ତ୍ତମାନ ପୁଣି ନିର୍ବାଚନ ଋତୁ ଆସିଥିବାରୁ ଏଭଳି ଦୁର୍ଗମ ଅଞ୍ଚଳକୁ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ ପହଞ୍ଚି ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି ।

ବୌଦ୍ଧରୁ ସତ୍ୟ ନାରୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.