ETV Bharat / state

ଅବ୍ୟବସ୍ଥା ଘେରରେ ଅଙ୍ଗନବାଡି କେନ୍ଦ୍ର

author img

By

Published : Jul 27, 2021, 11:50 AM IST

ଅବ୍ୟବସ୍ଥା ଘେରରେ ଜିଲ୍ଲାର ଶତାଧିକ ଅଙ୍ଗନବାଡି କେନ୍ଦ୍ର । କେଉଁଠି ଗୃହ ଅଭାବ ତ କେଉଁଠି ନିମ୍ନ ମାନର ଘର ଯୋଗୁଁ ଅସୁରକ୍ଷିତ କୁନି ଛାତ୍ରଛାତ୍ରୀ ତ ପୁଣି କେଉଁଠି ନିମ୍ନ ମାନର ଖାଦ୍ୟ । ଅଧିକ ପଢନ୍ତୁ...

http://10.10.50.80:6060///finalout3/odisha-nle/finalout/27-July-2021/12584394_thumbna.mp4

ବୌଦ୍ଧ: ଅବ୍ୟବସ୍ଥା ଘେରରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର । ବିଶେଷ ଭାବରେ ଜିଲ୍ଲାର ହରଭଙ୍ଗା ବ୍ଲକର ଜଣେ ପୂର୍ବତନ ସିଡିପିଓଙ୍କ ଅପାରଗତା ଯୋଗୁଁ ବ୍ଲକର ଉପାନ୍ତ ଅଞ୍ଚଳରେ ଥିବା ଅଙ୍ଗନବାଡି କେନ୍ଦ୍ର ଗୁଡିକ ସମସ୍ୟାରେ ଛନ୍ଦି ହୋଇଯାଇଥିବା ଅଭିଯୋଗ ହୋଇଛି । ପୂର୍ବରୁ ଅଙ୍ଗନବାଡି ଦିଦି ଓ ସହାୟକ ନିଯୁକ୍ତିରେ ବ୍ୟାପକ ଅନିୟମିତତା ନେଇ ଅଭିଯୋଗ ହୋଇଥିବାବେଳେ ବ୍ଲକର ବିଭିନ୍ନ ସ୍ଥାନରେ ଅଙ୍ଗନବାଡି ଗୃହ ନଥିବାରୁ ଅସ୍ଥାୟୀ ଘର କିମ୍ବା ପର ପିଣ୍ଢାରେ ଚାଲୁଛି କାର୍ଯ୍ୟ।

ଅବ୍ୟବସ୍ଥା ଘେରରେ ହରଭଙ୍ଗା ବ୍ଲକର ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର

ଉପାନ୍ତ ତଥା ଆଦିବାସୀ ଅଧ୍ୟୁଷିତ କୁଶଙ୍ଗ ପଞ୍ଚାୟତ ଅତଳସରା ଭଳି ଗ୍ରାମରେ ଅଙ୍ଗନବାଡି ଗୃହ ନିର୍ମାଣ ହୋଇଥିଲେ ମଧ୍ୟ ଦୀର୍ଘ ଦିନ ହେଲା ଦିଦି ନିଯୁକ୍ତି ହୋଇନାହାନ୍ତି । ଫଳରେ ବର୍ତ୍ତମାନ ମଧ୍ୟ ଅତଳସରା ଓ ମାରଡା ଭଳି ଅଭୟାରଣ୍ୟ ଅଞ୍ଚଳର ଛାତ୍ରଛାତ୍ରୀ ଦଶରୁ ଊର୍ଦ୍ଧ୍ବ କିଲୋମିଟର ବାଟ ଚାଲିଚାଲି କୁଶଙ୍ଗରୁ ଖାଦ୍ୟ ସଂଗ୍ରହ କରୁଛନ୍ତି ।

ଏଭଳି ଅନେକ ଦୃଷ୍ଟାନ୍ତ ରହିଥିବାବେଳେ ଚନ୍ଦ୍ରଶେଖରପୁର ଠାରେ ନବ ନିର୍ମିତ ଅଙ୍ଗନବାଡି ଗୃହ ଅତ୍ୟନ୍ତ ନିମ୍ନମାନର ହୋଇଥିବାରୁ ଏହାର ଛାତରୁ ପାଣି ଗଳୁଛି । ଫଳରେ ଖାଦ୍ୟ ପଦାର୍ଥ ସବୁ ନଷ୍ଟ ହୋଇଯାଉଛି । ସେପଟେ ସ୍ଥାନ ଅଭାବରୁ ସାନବଙ୍କାପଡା ଓ ଯୋଗୀବେଣୀ ଅଙ୍ଗନବାଡି କେନ୍ଦ୍ର ଅନ୍ୟ ସ୍ଥାନରେ ଚାଲୁଛି । ଏ ସମ୍ପର୍କରେ ଖୋଦ ସ୍ଥାନୀୟ ନିର୍ବାଚିତ ପ୍ରତିନିଧି ଗଭୀର ଉଦବେଗ ପ୍ରକାଶ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.