ETV Bharat / state

ଅଦିନିଆ ବର୍ଷା ସାଙ୍ଗକୁ କୁଆପଥର ମାଡରେ ଉଜୁଡିଲା ଧାନ ଓ ପନିପରିବା ଚାଷ

author img

By

Published : Dec 30, 2021, 7:49 PM IST

ଗତକାଲି (ବୁଧବାର) ସନ୍ଧ୍ୟାରେ ବୌଦ୍ଧର ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ବିଭିନ୍ନ ସ୍ଥାନରେ ପ୍ରବଳ କୁଆପଥର ବୃଷ୍ଟି ଯୋଗୁଁ ରାସ୍ତା ଘାଟ,ଜମିବାଡ଼ି ସବୁଆଡେ ବରଫରେ ଆଚ୍ଛାଦିତ ହୋଇଯାଇଥିଲା । ତେବେ ଏହି ବର୍ଷା ଓ କୁଆପଥର ଯୋଗୁଁ ବିଶେଷ କ୍ଷତି ଗ୍ରସ୍ତ ହୋଇଛନ୍ତି ଚାଷୀ କୂଳ । ଅଧିକ ପଢନ୍ତୁ

ଅଦିନିଆ ବର୍ଷା ସାଙ୍ଗକୁ କୁଆପଥର ମାଡରେ ଉଜୁଡିଲା ଧାନ ଓ ପନିପରିବା ଚାଷ
ଅଦିନିଆ ବର୍ଷା ସାଙ୍ଗକୁ କୁଆପଥର ମାଡରେ ଉଜୁଡିଲା ଧାନ ଓ ପନିପରିବା ଚାଷ

ବୌଦ୍ଧ: ପ୍ରକୃତିର କ୍ରୁର ରୂପର ଚଡକ ପଡିଛି ଚାଷୀ ମୁଣ୍ଡରେ । ଅଦିନିଆ ବର୍ଷା ସାଙ୍ଗକୁ କୁଆପଥର ମାଡ ଚାଷୀଙ୍କ ଚିନ୍ତା ବଢାଇ ଦେଇଛି । ଗତକାଲି(ବୁଧବାର) ସନ୍ଧ୍ୟାରେ ବୌଦ୍ଧର ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ବିଭିନ୍ନ ସ୍ଥାନରେ ପ୍ରବଳ କୁଆପଥର ବୃଷ୍ଟି ଯୋଗୁଁ ରାସ୍ତା ଘାଟ,ଜମିବାଡ଼ି ସବୁଆଡେ ବରଫରେ ଆଚ୍ଛାଦିତ ହୋଇଯାଇଥିଲା । ପରିସ୍ଥିତି ଏପରି ଥିଲା ଯେ, ଆଜି ଅପରାହ୍ନ ପର୍ଯ୍ୟନ୍ତ ଅନେକ ସ୍ଥାନରେ ବରଫର ଆସ୍ତରଣ ଦେଖିବାକୁ ମିଳିଥିଲା । ତେବେ ଏହି ବର୍ଷା ଓ କୁଆପଥର ଯୋଗୁଁ ବିଶେଷ କ୍ଷତି ଗ୍ରସ୍ତ ହୋଇଛନ୍ତି ଚାଷୀ କୂଳ ।

ଧାନ ଅମଳ ସମୟରେ ବର୍ଷା ଯୋଗୁଁ ପାଚିଲା ଧାନସବୁ ଭିଜି ବତୁରି ଯାଇଛି । ସେହିପରି ପନିପରିବା ଚାଷ କରିଥିବା ତଥା ରବି ଫସଲ କରିଥିବା ଚାଷୀ ବର୍ତ୍ତମାନ ମୁଣ୍ଡରେ ହାତ ଦେଇ ବସିଛି । ତୁରନ୍ତ ଏଦିଗରେ ବୌଦ୍ଧ ଜିଲ୍ଲା ପ୍ରଶାସନ ଓ କୃଷି ବିଭାଗ ପଦକ୍ଷେପ ଗ୍ରହଣ କରି ଚାଷୀଙ୍କୁ ସହାୟତା ଯୋଗାଇ ଦେବାକୁ ବିଭିନ୍ନ ମହଲରୁ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.