ETV Bharat / state

ହାଇକୋର୍ଟଙ୍କ ଅଭିନବ ରାୟ, ଅଭିଯୁକ୍ତକୁ ଶହେ ବୃକ୍ଷ ରୋପଣ ପାଇଁ ନିର୍ଦ୍ଦେଶ

ମାନ୍ୟବର ହାଇକୋର୍ଟ ବିଚାରପତିଙ୍କ ଅଭିନବ ରାୟ । ଏକ ମାମଲାର ଶୁଣାଣୀ କରି ଅଭିଯୁକ୍ତକୁ ଶହେ ଗଛ ଲଗାଇବା ପାଇଁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...

ହାଇକୋର୍ଟଙ୍କ ଅଭିନବ ରାୟ, ଅଭିଯୁକ୍ତକୁ ଶହେ ବୃକ୍ଷ ରୋପଣ ପାଇଁ ନିର୍ଦ୍ଦେଶ
ହାଇକୋର୍ଟଙ୍କ ଅଭିନବ ରାୟ, ଅଭିଯୁକ୍ତକୁ ଶହେ ବୃକ୍ଷ ରୋପଣ ପାଇଁ ନିର୍ଦ୍ଦେଶ
author img

By

Published : Jun 18, 2020, 10:24 AM IST

ବୌଦ୍ଧ: ମାନ୍ୟବର ହାଇକୋର୍ଟ ବିଚାରପତିଙ୍କ ଅଭିନବ ରାୟ । ଏକ ମାମଲାର ଶୁଣାଣୀ କରି ଅଭିଯୁକ୍ତକୁ ଶହେ ଗଛ ଲଗାଇବା ପାଇଁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ଅନ୍ତର୍ଗତ ମୁଣ୍ଡିପଦର ଗାଁର ଜନୈକ ଯୁବକଙ୍କୁ ଏଭଳି ସର୍ତ୍ତ ରଖିଛନ୍ତି ମାନ୍ୟବର ହାଇକୋର୍ଟ ।

ହାଇକୋର୍ଟଙ୍କ ଅଭିନବ ରାୟ, ଅଭିଯୁକ୍ତକୁ ଶହେ ବୃକ୍ଷ ରୋପଣ ପାଇଁ ନିର୍ଦ୍ଦେଶ

ଅଭିଯୁକ୍ତ ଜାମିନରେ ଯିବା ପରେ ନିଜ ଗାଁରେ ଶହେଟି ବୃକ୍ଷରୋପଣ ସହିତ ଆଗାମୀ ତିନି ମାସ ପର୍ଯ୍ୟନ୍ତ ପରବର୍ତ୍ତୀ ଉନ୍ନୟନ ରିପୋର୍ଟ ବାଉଁଶୁଣୀ ଥାନାରେ ଫଟୋ ଚିତ୍ର ସହିତ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଭଳି ଏକ ପରିବେଶ ସଚେତନ ମୂଳକ ନିର୍ଦ୍ଦେଶ କୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି ।

ସୂଚନା ମୁତାବକ, ବୌଦ୍ଧ ଜିଲ୍ଲାର ମୁଣ୍ଡିପଦର ଗାଁର ଶୁଭ୍ରାଂଶୁ ପ୍ରଧାନ ବୌଦ୍ଧ ଥାନା ଅନ୍ତର୍ଗତ ମଧୁପୁର ଗାଁର ଜଣେ ଝିଅକୁ ବିବାହ ପାଇଁ ବିଫଳ ହୋଇ ଆକ୍ରମଣ ତଥା ଲୁଟ କରିଥିବା ଅଭିଯୋଗ ହୋଇଥିଲା । ଉକ୍ତ ମାମଲାର ବିଚାର କରି ମାନ୍ୟବର ଉଚ୍ଚ ନ୍ୟାୟାଳୟ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରକାଶ କରି ଓଡ଼ିଶାରେ ପ୍ରଥମ ଥର ପାଇଁ ବୃକ୍ଷରୋପଣ ଭଳି ସର୍ତ୍ତ ସହିତ ଅଭିଯୁକ୍ତଙ୍କୁ ଜାମିନ ମଞ୍ଜୁର କରିଛନ୍ତି । ଯାହା ଏବେ ବୌଦ୍ଧ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.