ETV Bharat / state

ବୌଦ୍ଧରେ ଆକାଶ ଛୁଆଁ ପରିବା ଦର, ହାଣ୍ଡିଶାଳ ଉପରେ ପଡ଼ିଛି ଚଡ଼କ - ହାଣ୍ଡିଶାଳ ଉପରେ ପଡ଼ିଛି ଚଡକ

ପରିବା ବଜାରର ଦରରେ ଲାଗିଛି ନିଆଁ । ଅଧିକାଂଶ ପରିବା ଦର ଶହେ ଟଙ୍କା ଉପରେ । ପରିବା ଦର ବୃଦ୍ଧି ଯୋଗୁଁ ସାଧାରଣ ଗ୍ରାହକ ଅତିଷ୍ଠ । ଅଧିକ ପଢ଼ନ୍ତୁ

ପରିବା ବଜାରର ଦରରେ ଲାଗିଛି ନିଆଁ
ପରିବା ବଜାରର ଦରରେ ଲାଗିଛି ନିଆଁ
author img

By

Published : Jul 16, 2023, 5:37 PM IST

ପରିବା ବଜାରରେ ନିଆଁ, ଶହେ ଟଙ୍କା ଉପରେ ପରିବା ଦର

ବୌଦ୍ଧ: ଆକାଶ ଛୁଆଁ ହୋଇଛି ପନିପରିବା ଦର । ଦର ବୃଦ୍ଧିର ମାଡ଼ ସିଧାସଳଖ ହାଣ୍ଡିଶାଳ ଉପରେ ପଡ଼ିଛି । ଅଧିକାଂଶ ପନିପରିବାର ଦର ଶହେ ଟଙ୍କା ଉପରେ ରହିଥିବା ବେଳେ ସାଧାରଣ ଖାଉଟି ବର୍ତ୍ତମାନ ଚିନ୍ତାରେ ପଡ଼ି ଯାଇଛନ୍ତି । ଜିଲ୍ଲାର ବିଭିନ୍ନ ବଜାରରେ ପରିବା ଦର ବୃଦ୍ଧିର ପ୍ରଭାବ ଦେଖିବାକୁ ମିଳିଛି । ପନିପରିବା ଦର ନିୟନ୍ତ୍ରଣ ହେବାର ନାଁ ଧରୁନି । କେବଳ ଆଳୁ ପିଆଜ ଭଳି କିଛିର ଦର ନିୟନ୍ତ୍ରଣ ମଧ୍ୟରେ ରହିଥିବା ବେଳେ ଅଧିକାଂଶ ପରିବା ଦର ଶହେ ଟଙ୍କା ଉପରେ ରହୁଛି ।

ବୌଦ୍ଧ ସଦର ମହକୁମା ସମେତ କଣ୍ଟାମାଳ, ପଲସାଗୋରା , ମନମୁଣ୍ଡା, ବାଉଁଶୁଣୀ, ବଘିଆପଡା, ତିଲେଶ୍ବର ,କୁଶଙ୍ଗ ଭଳି ପୁରୁଣା ସାପ୍ତାହିକ ହାଟରେ ପରିବା ଦରର ଗଭୀର ପ୍ରଭାବ ପଡିଛି । ଫୁଲକୋବି ଠାରୁ ନେଇ ଝୁଡୁଙ୍ଗ, ପୋଟଳ, ଭେଣ୍ଡି, କଖାରୁର ଦର ଯଥେଷ୍ଟ ଅଧିକ ରହିଥିବା ବେଳେ କଞ୍ଚା ଲଙ୍କାର ଦାମ 200 ଟଙ୍କା ଉପରେ ରହୁଛି । ଗ୍ରାହକଙ୍କୁ ସବୁଠାରୁ ବେଶୀ କନ୍ଦାଉଛି ଟମାଟୋର ଦର । ଟମାଟୋର ଦର 100 ଟଙ୍କାରୁ ଆରମ୍ଭ ହୋଇଥିବା ବେଳେ ଆଜି 180 ଟଙ୍କାରେ ପହଞ୍ଚିଛି । ସ୍ଥାନେସ୍ଥାନେ ଟମାଟୋର ଦର 200 ଟଙ୍କା ଥିବା ଗ୍ରାହକ କହିଛନ୍ତି ।

ଫଳରେ ବର୍ତ୍ତମାନ ଟମାଟୋକୁ କେଜିରେ କିମ୍ବା ଗ୍ରାମରେ ନୁହେଁ ବରଂ ଗୋଟାରେ କିଣିବାକୁ ପଡ଼ିଥିବା ବୋଲି ଗ୍ରାହକ ତାତ୍ସଲ୍ୟ କରି କହିଛନ୍ତି । ବିଭିନ୍ନ ରାଜ୍ୟରେ ବର୍ଷା ଯୋଗୁଁ ସଡକ ପଥ ଗଭୀର ଭାବରେ ପ୍ରଭାବିତ ହୋଇଥିବାରୁ ବାହାରୁ ପନିପରିବା ଆମଦାନୀ ହୋଇ ପାରୁନାହିଁ । ସେପଟେ ବର୍ତ୍ତମାନ ଜିଲ୍ଲାର ବିଭିନ୍ନ ସ୍ଥାନରେ ଉତ୍ପାଦନ ହେଉଥିବା ପନିପରିବା ଦାମ କମ ରହିଥିବା ବେଳେ ଆମଦାନୀ ହେଉଥିବା ପରିବା ଖାଇବା ଗରିବ ଲୋକଙ୍କ କଷ୍ଟ ବୋଲି ଗ୍ରାହକ କହିଛନ୍ତି । ଏହାସହ ପନିପରିବାର ଏଭଳି ଦର ବୃଦ୍ଧି ସମୟରେ ସ୍ଥାନୀୟ କରଡ, ଆମ୍ବଡା ଭଳି ସାମଗ୍ରୀର ଯଥେଷ୍ଟ ଚାହିଦା ବୃଦ୍ଧି ପାଇଛି ।

ଅଧିକ ପଢ଼ନ୍ତୁ: ଟମାଟୋ ବିକି ହେଲେ କୋଟିପତି, ମାସକରେ ରୋଜଗାର କଲେ ଦେଢ଼ କୋଟି

ସେପଟେ ଗତକାଲି(ଶନିବାର) ବାଉଁଶୁଣୀ ଥାନା ଅନ୍ତର୍ଗତ ତାଟରକିଲା ନିକଟରେ ଏକ ପରିବା ବୋଝେଇ ଗାଡ଼ି ଓଲଟି ପଡିଥିଲା । ଏଭଳି ଦର ବୃଦ୍ଧି ସମୟରେ ପରିବା ଗାଡ଼ି ଓଲଟି ଥିବାରୁ ଅଞ୍ଚଳର ଅନେକ ଲୋକ ପରିବା ଗୋଟାଇ ନେଇଥିବା ଦେଖିବାକୁ ମିଳିଥିଲା । ଜିଲ୍ଲାରେ ଶୀତଳ ଭଣ୍ଡାର ନଥିବା କରାଣରୁ ପନିପରିବା ଦର ଅହେତୁକ ବୃଦ୍ଧି ପାଇଥିବା ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି । ପନିପରିବା ଦର ବୃଦ୍ଧିକୁ ନେଇ ଗ୍ରାହକମାନେ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.