ETV Bharat / state

ଅଭୟାରଣ୍ୟରେ ନିଆଁ ଲଗାଇ ଦୁଇ ଗିରଫ - Boudh forest burn

ବନ୍ୟପ୍ରାଣୀ ଅଭୟାରଣ୍ୟରେ ନିଆଁ ଲଗାଇବା ଅଭିଯୋଗ । ଦୁଇ ଗିରଫ । ଅଧିକ ପଢନ୍ତୁ...

ଅଭୟାରଣ୍ୟରେ ନିଆଁ
ଅଭୟାରଣ୍ୟରେ ନିଆଁ
author img

By

Published : Mar 12, 2021, 9:48 AM IST

ବୌଦ୍ଧ: ପୁଣିଥରେ ଜଙ୍ଗଲରେ ବ୍ୟାପିଲା ନିଆଁ । ଏଥର ବନ୍ୟପ୍ରାଣୀ ଅଭୟାରଣ୍ୟ ମଧ୍ୟରେ ନିଆଁ ଲାଗିଥିବାବେଳେ ନିଆଁ ଲଗାଇବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।

ଅଭୟାରଣ୍ୟରେ ନିଆଁ

ଜଙ୍ଗଲରେ ଲାଗିଥିବା ନିଆଁକୁ ନେଇ ପ୍ରତ୍ୟେକ ସମୟରେ ଭିନ୍ନ ଭିନ୍ନ ଚିତ୍ର ମିଳୁଛି । ବୌଦ୍ଧ ବନଖଣ୍ଡର ବିଭିନ୍ନ ଜଙ୍ଗଲରେ ଗତ ଦୁଇ ତାରିଖରୁ ଲାଗିଥିବା ନିଆଁକୁ ଜଙ୍ଗଲ ବିଭାଗ ଅକ୍ଳାନ୍ତ ପରିଶ୍ରମ କରି ଆୟତ୍ତ କରିପାରିଥିଲା । ପୁଣି ଗୋଟିଏ ଦିନ ନବିତୁଣୁ ବୌଦ୍ଧ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଥିବା ଜଣାପଡିଛି ।

ତେବେ ଜଙ୍ଗଲ ବିଭାଗ ତ୍ବରିତ ପଦକ୍ଷେପ ଗ୍ରହଣ କରି ଅନେକାଂଶରେ ନିଆଁକୁ ଆୟତ୍ତ କରିଥିବା ସୂଚନା ମିଳିଛି । ସେପଟେ କଣ୍ଟାମାଳ ବନାଞ୍ଚଳର ଏକ ନିର୍ଦ୍ଦିଷ୍ଟ ଜଙ୍ଗଲରେ କେନ୍ଦୁପତ୍ର ବିଭାଗର କିଛି କର୍ମଚାରୀ ନିଆଁ ଲଗାଇ ଦେଇଥିବା ଚର୍ଚ୍ଚା ଜୋର ଧରିଛି ।

ସେହିପରି ଚଳିତ ବର୍ଷ ପ୍ରଥମ ଥର ପାଇଁ ଜଙ୍ଗଲରେ ଅଗ୍ନି ସଂଯୋଗ ଅଭିଯୋଗରେ ଦୁଇଜଣ ଗିରଫ ହୋଇଛନ୍ତି । ବୌଦ୍ଧ ଜିଲ୍ଲାର କୁଶଙ୍ଗ ବନ୍ୟପ୍ରାଣୀ ଅଭୟାରଣ୍ୟର ପଦ୍ମତୋଳା ଜଙ୍ଗଲରେ ଦୁଇଜଣ ବ୍ୟକ୍ତି ଅଗ୍ନି ସଂଯୋଗ କରୁଥିବା ଅଭିଯୋଗରେ ଗିରଫ ହୋଇଥିବା ଜଣାପଡିଛି । ତେବେ ଜିଲ୍ଲାରେ ଜନସଚେତନତା ଅଭାବରୁ ବାରମ୍ବାର ଏଭଳି ଘଟଣା ଘଟୁଥିବା ଚର୍ଚ୍ଚା ହେଉଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.