ETV Bharat / state

ଦୁର୍ନୀତିଗ୍ରସ୍ତଙ୍କୁ ନାହିଁ ନିସ୍ତାର, ଦୁଇ ସରକାରୀ କର୍ମଚାରୀ ନିଲମ୍ବିତ

author img

By

Published : Aug 25, 2022, 9:23 PM IST

ବୌଦ୍ଧର ନୂତନ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ କଡ଼ା ଆଭିମୁଖ୍ୟ ଗ୍ରହଣ କରି ବଘିଆପଡାର ପିଇଓଙ୍କୁ ନିଲମ୍ବିତ କରିଛନ୍ତି (govt employees susupended in Boudh ) । 5T ବିଦ୍ୟାଳୟରେ ଆର୍ଥ ହେରଫେର ଅଭିଯୋଗରେ ଜଣେ ଶିକ୍ଷକଙ୍କୁ ଶିକ୍ଷା ବିଭାଗ ନିଲମ୍ବିତ କରିଛି । ଅଧିକ ପଢ଼ନ୍ତୁ

ବୌଦ୍ଧରେ ଦୁର୍ନୀତିଗ୍ରସ୍ତଙ୍କୁ ନାହିଁ ନିସ୍ତାର, ଦୁଇ ସରକାରୀ କର୍ମଚାରୀ ନିଲମ୍ବିତ

ବୌଦ୍ଧ: ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ବୌଦ୍ଧ ଜିଲ୍ଲା ପ୍ରଶାସନ ଜିରୋ ଟଲେରାନ୍ସ ନୀତି । ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କ ଉପରେ ଏଣିକି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବୁଧବାର ଦୁଇଜଣ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କୁ ନିଲମ୍ବିତ କରିଛି ବୌଦ୍ଧ ଜିଲ୍ଲା ପ୍ରଶାସନ (govt employees susupended in Boudh )।

ବୁଧବାର ବୌଦ୍ଧର ନୂତନ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ କଡ଼ା ଆଭିମୁଖ୍ୟ ଗ୍ରହଣ କରି ବଘିଆପଡାର ପିଇଓଙ୍କୁ ନିଲମ୍ବିତ କରିଛନ୍ତି (corruption charges against govt employees)। ପୂର୍ବରୁ ସେ ଖୁଣ୍ଟବନ୍ଧର ପିଇଓ ଦାୟିତ୍ବରେ ଥିଲେ । ବୌଦ୍ଧ ଜିଲ୍ଲା ସଦର ବ୍ଲକ ଖୁଣ୍ଟବନ୍ଧ ପଞ୍ଚାୟତରେ ଦୁଇ ଦୁଇଟି ରାସ୍ତା ନିର୍ମାଣ କରାନଯାଇ ମିଥ୍ୟା ବିଲ୍‌ ଭାଉଚର କରି ଲକ୍ଷଲକ୍ଷ ଟଙ୍କା ଦୁର୍ନୀତି ଅଭିଯୋଗ ହୋଇଥିଲା । ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଦେଖା ଦେଇଥିଲା ।

ସେହିଭଳି ତେଲିବନ୍ଧ 5T ବିଦ୍ୟାଳୟରେ ଆର୍ଥ ହେରଫେର ଅଭିଯୋଗରେ ଜଣେ ଶିକ୍ଷକଙ୍କୁ ଶିକ୍ଷା ବିଭାଗ ନିଲମ୍ବିତ କରିଛି । ଗୋଟିଏ ଦିନରେ ଦୁଇଦୁଇ ଜଣ ସରକାରୀ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପରେ ବୌଦ୍ଧରେ ଦୁର୍ନୀତିଗ୍ରସ୍ତଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ଜିଲ୍ଲା ପ୍ରଶାସନ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ଏକ ଚିଠା ପ୍ରସ୍ତୁତ କରିଥିବା ସୂଚନା ମିଳିଛି ।

ଜିଲ୍ଲାରେ ଆବାସ ଯୋଜନାଠାରୁ ଆରମ୍ଭ କରି ମନରେଗା ଯୋଜନାରେ ଦୁର୍ନୀତି ହେଉଥିବା ନେଇ ଅଭିଯୋଗ ହେଉଥିଲା । ଖାଲି ସେତିକି ନୁହେଁ ବିଭିନ୍ନ ରାସ୍ତା ଘାଟ,ପୋଖରୀଖନନ ନାଁରେ କୋଟିକୋଟି ଟଙ୍କାର ସରକାରୀ ଅର୍ଥ ହରିଲୁଟ ଚାଲିଥିଲା । ତେବେ ବର୍ତ୍ତମାନ ଏଭଳି ଦୁର୍ନୀତି ବିରୁଦ୍ଧରେ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.