ବୌଦ୍ଧ: ଜାତୀୟ ସ୍ତରରେ ଓଡିଶା ତରଫରୁ ପ୍ରତିନିଧିତ୍ଵ କରି ଗୌରବ ଆଣିଛନ୍ତି ବୌଦ୍ଧର ଦୁଇ ଝିଅ । ସେମାନେ ହେଉଛନ୍ତି କ୍ରିଷ୍ଣାମୟୀ ମହାକୁଡ ଓ ତନିଶା ମେହେର । ଆନ୍ଧ୍ରପ୍ରଦେଶର ବିଜୟୱାଡାରେ ଅନୁଷ୍ଠିତ ଜାତୀୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପ୍ରଶଂସିତ ମଧ୍ୟ ହୋଇଛନ୍ତି । ଏହି ଅବସରରେ ତନିଶା ଓ ତାଙ୍କ ପ୍ରଶିକ୍ଷକଙ୍କ ସହିତ ଆଲୋଚନା କରିଥିଲେ ଆମ ବୌଦ୍ଧ ପ୍ରତିନିଧି ।
72 ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଗଠିତ ହୋଇଛି ଜିଲ୍ଲା ତୀରନ୍ଦାଜ ସଂଘ । ଏହି ଛୋଟ ଛୋଟ ପୁଅଝିଅଙ୍କୁ ନେଇ ବୌଦ୍ଧର ମାଉଳୀସିଙ୍ଗା ଠାରେ ତୀରନ୍ଦାଜ ପ୍ରଶିକ୍ଷଣ ଦିଆଯାଉଛି । ଏହି ପ୍ରଶିକ୍ଷଣ କେନ୍ଦ୍ରରୁ ବହୁ ଖେଳାଳୀ ଜାତୀୟ ସ୍ତରରେ ଭାଗ ନେଇ ଫେରିଛନ୍ତି । ଫଳରେ ବିଭିନ୍ନ ମହଲରୁ ସେମାନଙ୍କୁ ପ୍ରଶଂସା କରାଯାଇଛି । ତୀରନ୍ଦାଜ ଉଭୟ ଶରୀର ଓ ମନକୁ ସୁସ୍ଥ ରଖିଥାଏ ବୋଲି ପ୍ରଶିକ୍ଷକ କୃଷ୍ଣଚନ୍ଦ୍ର ସେଠୀ ମତ ଦେଇଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ