ETV Bharat / state

ତେନ୍ତୁଳିପାଲି ଗାଁ: ପକ୍କା ରାସ୍ତାଟିଏ ସାତ ସପନ - problem

ସ୍ବାଧୀନତାର 72 ବର୍ଷ ପରେ ମଧ୍ୟ ତେନ୍ତୁଳି ପାଲି ଗାଁ ଲୋକେ ଭଲ ରାସ୍ତା ଖଣ୍ଡେ ପାଇବା ସତେ ଯେମିତି ସାତ ସପନ ।

ଫଟୋ ସୌଜନ୍ୟL: ପ୍ରତିନିଧି, ବୌଦ୍ଧ
author img

By

Published : Jul 12, 2019, 5:48 PM IST

ବୌଦ୍ଧ: ରାଜ୍ୟ ସରକାର ସମସ୍ତ ଜିଲ୍ଲାକୁ ପକ୍କା ରାସ୍ତା ଯୋଗାଇ ଦିଆଯାଇଛି ବୋଲି ଡିଣ୍ଡିମ ପିଟୁଛନ୍ତି । ହେଲେ ଆଜିବି ଏପରି କିଛି ଗ୍ରାମ ଅଛି ଯେଉଁଠି ପକ୍କା ରାସ୍ତା ଖଣ୍ଡେ ନାହିଁ । ଏପରି ଏକ ଗ୍ରାମ ହେଉଛି ବୌଦ୍ଧ ଜିଲ୍ଲା ବହିରା ପଞ୍ଚାୟତର ତେନ୍ତୁଳି ପାଲି ଗାଁ ।

ଭିଡିଓ ସୌଜନ୍ୟL: ପ୍ରତିନିଧି, ବୌଦ୍ଧ

ସ୍ବାଧୀନତାର 72 ବର୍ଷ ପରେ ମଧ୍ୟ ତେନ୍ତୁଳି ପାଲି ଗାଁ ଲୋକେ ଭଲ ରାସ୍ତା ଖଣ୍ଡେ ପାଇନାହାଁନ୍ତି । ଏପଟେ ମହାନଦୀ କୂଳରେ ଗ୍ରାମଟି ଥିବାରୁ ଏବେ ବୋଧେ ମହାନଦୀ ଗର୍ଭରେ ଲୀନ ହେବା ଅପେକ୍ଷାରେ ତେନ୍ତୁଳି ପାଲି । କାରଣ ଦିନକୁ ଦିନ ନଦୀ କୂଳ ଖାଇବାରୁ ଅନେକ ନିଜ ଭିଟା ମାଟି ଛାଡି ଅନ୍ୟତ୍ର ବସବାସ କଲେଣି ।

ଆଉ ଯେଉଁମାନେ ଭାଗ୍ୟକୁ ଆଦରି ଗାଁ ରେ ରହିଛନ୍ତି, ସେମାନେ ସତେ ଯେପରି ସରକାରଙ୍କ ଅଲୋଡା । ରାସ୍ତା, ପାନୀୟ ଜଳ ଓ ଅନ୍ୟ ସରକାରୀ ଯୋଜନା ଠାରୁ ଢେର ଦୂରରେ ଏହି ଗ୍ରାମବାସୀ ।

ଏପଟେ ବାରମ୍ବାର ଅଭିଯୋଗ ସତ୍ତ୍ବେ କୌଣସି ପଦକ୍ଷେପ ନିଆଯାଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଣୁ ତୁରନ୍ତ ପ୍ରଶାସନ ଏଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:Body:

BLANK  FOR STORY

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.