ETV Bharat / state

ମନମୋହୁଛି ବୌଦ୍ଧ ମହୋତ୍ସବ, ବାନ୍ଧକଳାରେ ବାନ୍ଧି ହେଉଛନ୍ତି ଗ୍ରାହକ - ବାନ୍ଧଶିଳ୍ପୀ

ସ୍ଥାନୀୟ ପାରମ୍ପରିକ ଲୋକନୃତ୍ୟ ଓ କଳା ସଂସ୍କୃତିକୁ ପ୍ରୋତ୍ସାହନ ଦେବା ପାଇଁ ବୌଦ୍ଧ ପ୍ରଶାସନର ପ୍ରୟାସ । ବୌଦ୍ଧ ମହୋତ୍ସବରେ ଆକର୍ଷଣର କେନ୍ଦ୍ର ସାଜିଛି ବାନ୍ଧକଳା । ଅଧିକ ପଢ଼ନ୍ତୁ

ବାନ୍ଧକଳାରେ ବାନ୍ଧି ହେଉଛନ୍ତି ଦର୍ଶକ
ବାନ୍ଧକଳାରେ ବାନ୍ଧି ହେଉଛନ୍ତି ଦର୍ଶକ
author img

By

Published : Jan 16, 2023, 5:16 PM IST

ବାନ୍ଧକଳାରେ ବାନ୍ଧି ହେଉଛନ୍ତି ଦର୍ଶକ

ବୌଦ୍ଧ: ପାରମ୍ପରିକ ଲୋକବାଦ୍ୟ ଓ ଲୋକନୃତ୍ୟ ରେ ଦୁଲୁକିଲା ବୌଦ୍ଧ ମହୋତ୍ସବ ମଣ୍ଡପ । ଚଳିତ ବର୍ଷ ବୌଦ୍ଧ ମହୋତ୍ସବରେ ବୟନ ଶିଳ୍ପ ମୁଖ୍ୟ ଆକର୍ଷଣର କେନ୍ଦ୍ର ସାଜିଥିବା ବେଳେ ରାଜ୍ୟ ତଥା ରାଜ୍ୟ ବହାରୁ ହସ୍ତଶିଳ୍ପୀଙ୍କ କାର୍ଯ୍ୟ ଦେଖିବାକୁ ମିଳିଛି । ମହୋତ୍ସବରେ ବାନ୍ଧଶିଳ୍ପ ପ୍ରଦର୍ଶନୀ ସମସ୍ତଙ୍କୁ ଆକର୍ଷିତ କରୁଥିବା ବେଳେ ପ୍ରଥମଥର ପାଇଁ ହସ୍ତଶିଳ୍ପୀଙ୍କୁ ଅତିଥି ରୂପେ ସମ୍ମାନ ଜଣାଇଛି ଜିଲ୍ଲା ପ୍ରଶାସନ । ବାନ୍ଧଶିଳ୍ପ ପ୍ରଦର୍ଶନୀ ଦେଖିବା ପାଇଁ ବିଭିନ୍ନ ଜିଲ୍ଲାରୁ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଛି ।

ସ୍ଥାନୀୟ ପାରମ୍ପରିକ ଲୋକନୃତ୍ୟ ଓ ଲୋକବାଦ୍ୟକୁ ପ୍ରୋତ୍ସାହନ ସ୍ଥାନୀୟ ପାରମ୍ପରିକ ଲୋକନୃତ୍ୟ ଓ ଲୋକବାଦ୍ୟକୁ ପ୍ରୋତ୍ସାହନ ଦେବା ପାଇଁ ଜିଲ୍ଲା ପ୍ରଶାସନ ପ୍ରୟାସ କରିଛି । ସ୍ଥାନୀୟ ପାରମ୍ପରିକ ଲୋକନୃତ୍ୟ ସହ ରାଜ୍ୟ ଏବଂ ରାଜ୍ୟ ବାହାରୁ ଅନେକ କଳାକାର ଏହି ମହୋତ୍ସବରେ ନିଜ କଳା ପ୍ରଦର୍ଶନ କରୁଛନ୍ତି । ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ବିଶ୍ବକପ୍‌ ହକିର ସିଧାପ୍ରସାରଣ କାର୍ଯ୍ୟକ୍ରମ ସମସ୍ତଙ୍କୁ ବାନ୍ଧି ରଖୁଛି । ବୌଦ୍ଧ ଜିଲ୍ଲା ମହୋତ୍ସବ ପାଞ୍ଚ ଦିନ ଧରି ଚାଲିଥିବା ବେଳେ ମହୋତ୍ସବ ମଣ୍ଡପରେ ଜିଲ୍ଲାର ପାରମ୍ପରିକ ଲୋକନୃତ୍ୟ ସହିତ ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳାକାର କଳା ନୈପୁଣ୍ୟତା ପ୍ରଦର୍ଶନ କରୁଛନ୍ତି ।

ସେପଟେ ଜିଲ୍ଲାର ଉପାନ୍ତ ବନ୍ଧଗୋରାରେ ଚାଲିଥିବା ଖଡଙ୍ଗ ମହୋତ୍ସବ ଉଦଯାପିତ ହୋଇଥିବା ବେଳେ ଜିଲ୍ଲା ସଦର ମହକୁମାରେ ଚାଲିଥିବା ମହୋତ୍ସବ ଚଳିତ ବର୍ଷ ଅତ୍ୟନ୍ତ ଆକର୍ଷଣୀୟ ଭାବରେ ସୁସଜ୍ଜିତ କରାଯାଇଛି । ତେବେ ଚଳିତ ବର୍ଷ ପ୍ରଥମଥର ପାଇଁ ଆୟୋଜନ ହୋଇଥିବା ରାଜ୍ୟସ୍ତରୀୟ ବୟନ ଶିଳ୍ପ ପ୍ରଦର୍ଶନୀ ଦର୍ଶକଙ୍କୁ ଖୁବ ଆକର୍ଷିତ କରୁଛି । ରାଜ୍ୟର ୪୦ଟି ଦେଶର ବିଭିନ୍ନ ସ୍ଥାନରୁ ୮୦ରୁ ଊର୍ଦ୍ଧ୍ବ ବୟନ ପ୍ରତିଷ୍ଠାନ ଏଠାରେ ଯୋଗ ଦେଇଛନ୍ତି ।

ଏହାଛଡା ଜିଲ୍ଲା ମହୋତ୍ସବରେ ପ୍ରଥମଥର ପାଇଁ ହସ୍ତ ଶିଳ୍ପୀଙ୍କୁ ଅତିଥି ରୂପେ ଜିଲ୍ଲା ପ୍ରଶାସନ ସମ୍ମାନ ଜଣାଇଛି । ଟେରାକୋଟା ଶିଳ୍ପୀ ଓ ବାନ୍ଧଶିଳ୍ପୀଙ୍କୁ ସ୍ବତନ୍ତ୍ର ଭାବରେ ଏଥିପାଇଁ ନିମନ୍ତ୍ରିତ କରାଯାଇଥିଲା । ଏହି ଅବସରରେ ବୌଦ୍ଧ ଜିଲ୍ଲାପାଳ ଜିଲ୍ଲାର ଦୁଇ ଜଣ ଗୌରବ ଜାତୀୟ ପୁରଷ୍କାର ପ୍ରାପ୍ତ ବାନ୍ଧଶିଳ୍ପୀ ଭରତ ମେହେର ଓ ରାଜ୍ୟ ପୁରଷ୍କାର ପ୍ରାପ୍ତ ବାନ୍ଧଶିଳ୍ପୀ ଶଙ୍କର ମେହେରଙ୍କୁ ସମ୍ମାନୀତ କରିଥିଲେ । ଚଳିତ ବର୍ଷ ଜିଲ୍ଲା ମହୋତ୍ସବ ଖୁବ ଆକର୍ଷଣୀୟ ହୋଇଥିବାରୁ ପ୍ରତ୍ୟେକ ଦିନ ସଂଧ୍ୟାରେ ପ୍ରବଳ ଭିଡ ପରିଲକ୍ଷିତ ହେଉଥିବା ବେଳେ ଦର୍ଶକ ମାନେ ମଧ୍ୟ ଖୁବ ଆନନ୍ଦରେ ସପରିବାର ମଜା ଉଠାଉଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.