ETV Bharat / state

ଶ୍ରାବଣ ସୋମବାର, ଶୈବ ପୀଠରେ କାଉଡିଆଙ୍କ ପ୍ରବଳ ଭିଡ଼ - ଐତିହାସିକ ଗନ୍ଧରାଡ଼ିର ପ୍ରସିଦ୍ଧ ହରିହର ମନ୍ଦିର

ଶ୍ରାବଣ ମାସ ଦ୍ୱିତୀୟ ସୋମବାର । ବୌଦ୍ଧ ଜିଲ୍ଲାର ବିଭିନ୍ନ ଶୈବପୀଠରେ ଜଳଲାଗି ପାଇଁ କାଉଡ଼ିଆଙ୍କ ଭିଡ଼ ପରିଲକ୍ଷିତ ହୋଇଛି । ଅଧିକ ପଢନ୍ତୁ

second monday of sawan month
second monday of sawan month
author img

By

Published : Jul 17, 2023, 11:27 AM IST

second monday of sawan month

ବୌଦ୍ଧ: ଆଜି ଶ୍ରାବଣ ମାସ ଦ୍ୱିତୀୟ ସୋମବାର । ଏଥିଲାଗି ବିଭିନ୍ନ ଶୈବପୀଠରେ ଜଳଲାଗି ପାଇଁ କାଉଡ଼ିଆଙ୍କ ଭିଡ଼ ପରିଲକ୍ଷିତ ହୋଇଛି । ବୌଦ୍ଧ ଜିଲ୍ଲାର ବିଭିନ୍ନ ଶୈବପୀଠରେ ବିଭିନ୍ନ ଜିଲ୍ଲାର ଶ୍ରଦ୍ଧାଳୁ ମାନେ ଜିଲ୍ଲାର ପ୍ରାଚୀନ ତଥା ଐତିହାସିକ ପୀଠରେ ଭୋଳାନାଥଙ୍କୁ ଜଳଲାଗି କରିଥିଲେ ।

ମହାନଦୀ ସମେତ ବିଭିନ୍ନ ନଦୀରୁ ପବିତ୍ର ଜଳ ସଂଗ୍ରହ କରି କାଉଡିଆ ମାନେ ବଡ଼ି ଭୋରରୁ ଦେବ ଦେବ ମହାଦେବଙ୍କ ନିକଟରେ ଜଳଲାଗି କରିଥିଲେ । ଜିଲ୍ଲାର ମହାନଦୀ କୂଳରେ ଅବସ୍ଥିତ ଖଣ୍ଡିଧଳପୁର, ରାମଗଡ଼, କରଡ଼ି, ବାଉଶୁଣୀ, ଅମୁର୍ଡା, ମନମୁଣ୍ଡା ସହିତ ତେଲନଦୀ ତଟରେ ଅବସ୍ଥିତ ପଲସାଗୋରା, କଣ୍ଟାମାଳ, କୁଳୁତାଯୋର ପଞ୍ଚାୟତର ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି ।

ଏହାଛଡା ବୌଦ୍ଧ ଜିଲ୍ଲା ସଦର ମହକୁମାର ମାତଙ୍ଗେଶ୍ବର, ଚନ୍ଦ୍ରଚୂଡ ଶୈବପୀଠ ସହିତ ନବମ ଶତାବ୍ଦୀରେ ନିର୍ମିତ ଐତିହାସିକ ରାମେଶ୍ବର ମନ୍ଦିର ଓ ୪ ଶମ୍ଭୁ ମନ୍ଦିରରେ ବହୁ ଦୂରଦୂରାନ୍ତରୁ କାଉଡିଆ ମାନେ ଭୋଳାନାଥଙ୍କ ନିକଟରେ ଜଳଲାଗି କରିଥିଲେ । ଚନ୍ଦ୍ରଚୂଡ ମନ୍ଦିର ନିକଟରେ ଥିବା ସ୍ବତନ୍ତ୍ର ଆଳତୀ ଘାଟ ଠାରେ ଶ୍ରଦ୍ଧାଳୁ ଓ କାଉଡିଆଙ୍କ ନିମନ୍ତେ ମହାନଦୀରୁ ଜଳ ସଂଗ୍ରହ ବ୍ୟବସ୍ଥା କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ- ଶ୍ରାବଣ ସୋମବାର, ଧବଳେଶ୍ବର ପୀଠରେ କାଉଡିଆଙ୍କ ଜଳଲାଗି

ଏହା ମଧ୍ୟ ପଢନ୍ତୁ- ବୋଲବମ ପାଇଁ ପାଣି ଉଠାଇବା ବେଳେ ଭାସିଗଲେ କାଉଡ଼ିଆ: ଜଣେ ନିଖୋଜ, 5 ଉଦ୍ଧାର

ସେପଟେ ଐତିହାସିକ ଗନ୍ଧରାଡ଼ିର ପ୍ରସିଦ୍ଧ ହରିହର ମନ୍ଦିରରେ ଆଜି କାଉଡିଆଙ୍କ ପ୍ରବଳ ଭିଡ଼ ସହିତ ପ୍ରବଳ ଜନସମାଗମ ହୋଇଛି । କାଉଡିଆଙ୍କ ପାଇଁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଶ୍ରାବଣ ମାସର ପବିତ୍ର ତିଥି ପୂର୍ବରୁ ବୌଦ୍ଧ ଜିଲ୍ଲା ରେଘାମୁଣ୍ଡାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ତଥା ଐତିହାସିକ ଶୈବପୀଠରେ ଲାଗି ରହିଥିବା ବିବାଦର ସମାଧାନ ହୋଇଥିବା ସୂଚନା ମିଳିଛି । ଦୀର୍ଘ ଦିନ ହେଲା ଏଠାରେ ଦୁଇ ସେବାୟତ ଦଳ ମଧ୍ୟରେ ବିଭିନ୍ନ କାରଣରୁ ବିବାଦ ଲାଗି ରହିଥିଲା । ରବିବାର ଘଣ୍ଟାପଡା ଥାନା ଠାରେ କଣ୍ଟାମାଳ ତହସିଲଦାର କର୍ଣ୍ଣ ମଲ୍ଲିକଙ୍କ ଉପସ୍ଥିତିରେ ଉଭୟ ପକ୍ଷ ମଧ୍ୟରେ ଆପୋଷ ବୁଝାମଣା ହୋଇ ବିବାଦର ସମାଧାନ ହୋଇଥିବା ସୂଚନା ମିଳିଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.