ETV Bharat / state

ବୌଦ୍ଧରେ କାଳବୈଶାଖୀ ତାଣ୍ଡବ: ବ୍ୟାପକ କ୍ଷୟକ୍ଷତି ସହ ବଜ୍ରାଘାତରେ ନାବାଳକ ମୃତ - ବୌଦ୍ଧ ଖବର

ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ମଙ୍ଗଳବାର, ବୁଧବାର ଓ ଗୁରୁବାର ଅପରାହ୍ନରେ ଅଚାନକ କାଳ ବୈଶାଖୀ ପ୍ରଭାବରେ ଝଡ ତୋଫାନ ସହିତ ବଜ୍ରପାତ ହୋଇଛି । ସେହିପରି କଣ୍ଟାମାଳ ବ୍ଲକ ବରଗାଁ ପଞ୍ଚାୟତର ସାଲମାପାଲି ଗାଁରେ ବଜ୍ରପାତରେ ଜଣେ ନାବାଳକର ମୃତ୍ୟୁ ହୋଇଛି ।

Thunderstrome effect: one person was killed in a lightening strike
କାଳ ବୈଶାଖୀ ପ୍ରଭାବ: ବ୍ୟାପକ କ୍ଷୟକ୍ଷତି ସହ ବଜ୍ରାଘାତରେ ନାବାଳକ ମୃତ
author img

By

Published : Jun 4, 2020, 7:29 PM IST

ବୌଦ୍ଧ: ଅଦିନିଆ ଝଡ ତୋଫାନ ଓ ବଜ୍ରପାତକୁ ନେଇ ସାଧାରଣ ଲୋକେ ଆତଙ୍କିତ । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ମଙ୍ଗଳବାର, ବୁଧବାର ଓ ଗୁରୁବାର ଅପରାହ୍ନରେ ଅଚାନକ କାଳ ବୈଶାଖୀ ପ୍ରଭାବରେ ଝଡ ତୋଫାନ ସହିତ ବଜ୍ରପାତ ହୋଇଛି ।

କାଳ ବୈଶାଖୀ ପ୍ରଭାବ: ବ୍ୟାପକ କ୍ଷୟକ୍ଷତି ସହ ବଜ୍ରାଘାତରେ ନାବାଳକ ମୃତ

ବୁଧବାର ଅପରାହ୍ନରେ ହୋଇଥିବା ଝଡ ତୋଫାନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହେବା ସହ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଛି । ଏକ ଟିଣ ଛାତ ସମ୍ପୂର୍ଣ୍ଣ ଉଡିଯାଇ ନିକଟସ୍ଥ ଟ୍ରାନ୍ସଫର୍ମର ଷ୍ଟ୍ରକଚର ଭାଙ୍ଗି ଯାଇଛି ।

ସେହିପରି କଣ୍ଟାମାଳ ବ୍ଲକ ବରଗାଁ ପଞ୍ଚାୟତର ସାଲମାପାଲି ଗାଁରେ ବଜ୍ରପାତରେ ଅଭାବନୀୟ ଘଟଣା ଘଟିଛି । ଖଜୁରୀ ତୋଳିବାକୁ ଯାଇଥିବା 2 ଜଣ ସମ୍ପର୍କୀୟ ଭାଇଭଉଣୀ ବଜ୍ରପାତର ଶିକାର ହୋଇଥିଲେ । ଘଟଣାରେ ନାବାଳକ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସମ୍ପର୍କୀୟ ଭଉଣୀ ଜଣକ ଗୁରୁତର ଅବସ୍ଥାରେ ପ୍ରଥମେ କଣ୍ଟାମାଳ ପରେ ସୁବର୍ଣ୍ଣପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.