ETV Bharat / state

ନାହିଁ ନାହିଁରେ ଗାଁ, ପ୍ରହସନ ପାଲଟିଛି ଆଦର୍ଶ ସଂଜ୍ଞା - ଗାଁକୁ ନାହିଁ ଭଲ ରାସ୍ତା

ବୌଦ୍ଧ ଜିଲ୍ଲାର ଉପାନ୍ତ ପଞ୍ଚାୟତର ତିନୋଟି ଗ୍ରାମକୁ ଆର୍ଦଶ ଗାଁ ଘୋଷଣା କରାଯିବା ପରେ ବି ଗାଁରେ କୌଣସି ବିକାଶ ହୋଇ ପାରିନାହିଁ । ଅଧିକ ପଢନ୍ତୁ...

ପ୍ରହସନ ପାଲଟିଛି ଆର୍ଦଶ ସଂଜ୍ଞା
ପ୍ରହସନ ପାଲଟିଛି ଆର୍ଦଶ ସଂଜ୍ଞା
author img

By

Published : Feb 15, 2021, 12:16 PM IST

ବୌଦ୍ଧ: ଜିଲ୍ଲାର ଉପାନ୍ତ ପଞ୍ଚାୟତର 3ଟି ଗାଁକୁ ସରକାର ଆଦର୍ଶ ଗାଁ ଘୋଷଣା କରିଥିଲେ । ହେଲେ ଏହା କେବଳ କଥାରେ ଅଟକି ରହିଛି। ନାଁ ଅଛି ଗାଁକୁ ଅଛି ଭଲ ରାସ୍ତା ନା ଅଛି ଲୋକଙ୍କ ପାଇଁ ପିଇବା ପାଣି । ଗାଁ ପାଇଁ ଆସିଥିବା ଚାଳିଶ ଲକ୍ଷ ଟଙ୍କାର ସଦୁପଯୋଗ ହୋଇପାରୁନାହିଁ କି ଗାଁର ପୁରୁଣା ଚିତ୍ର ବଦଳିପାରୁନି । ଅବହେଳିତ ଅବସ୍ଥାରେ ରହିଛି ଉପାନ୍ତ ପଞ୍ଚାୟତ ।

ପ୍ରହସନ ପାଲଟିଛି ଆର୍ଦଶ ସଂଜ୍ଞା

ଉପାନ୍ତ ଗାଁର ତିନିଟି ଗାଁକୁ ଆଦର୍ଶ ଗାଁ ଭାବରେ ଗ୍ରହଣ କରିବା ନେଇ ଦୀର୍ଘ ଦିନ ବିତିଗଲା ପରେ ବି ଗାଁର ବିକାଶ ହୋଇପାରିନାହିଁ । ବିଶେଷ କରି ଜିଲ୍ଲାର ଦୁଇଟି ଗାଁ ଆମ୍ବଝରୀ ଓ ଖଜୁରୀପଡା ଗାଁର କଥା କହିଲେ ନ ସରେ । ଏହି ପଞ୍ଚାୟତର ଅଧିକାଂଶ ଲୋକ ଆଦିବାସୀ ସଂପ୍ରଦାୟର । ଏବେ ସୁଦ୍ଧା ଅନେକଙ୍କୁ ସରକାରଙ୍କ ଆବାସ ଯୋଜନା ଅନ୍ତର୍ଭୂକ୍ତ କରାଯାଇନାହିଁ । ଫଳରେ ଅନେକ ପରିବାର ଚାଳ ଝୁପୁଡି ଘରେ ଦିନ କାଟୁଛନ୍ତି ।

ସେପଟେ ଆଦର୍ଶ ଗ୍ରାମ ରୂପେ ଗ୍ରହଣ ହୋଇଥିବା ଗାଁ ଚାଳିଶ ଲକ୍ଷ ଟଙ୍କା ଯୋଗାଇ ଦେଇଥିଲେ । ତେବେ ଉକ୍ତ ଟଙ୍କା କେଉଁ କାରଣରୁ ଏଠାରେ ଖର୍ଚ୍ଚ ହୋଇପାରି ନାହିଁ ତାହା ଜଣାପଡିନାହିଁ। ଆଜି ମଧ୍ୟ ଏହି ଗ୍ରାମ ସହିତ ପଞ୍ଚାୟତରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ଜଳସେଚନ ଭଳି ସରକାରଙ୍କ ଅନେକ କଲ୍ୟାଣକାରୀ ଯୋଜନା ଏଠାରେ ପଛୁଆ ଭଳି ମନେହେଉଛି । ତୁରନ୍ତ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.