ETV Bharat / state

ବୌଦ୍ଧରେ ଥମୁନି ଦୁର୍ଘଟଣା, ଗାଡି ଧକ୍କାରେ ତିନି ନାବାଳକ ଗୁରୁତର

author img

By

Published : Feb 9, 2021, 6:40 PM IST

ବୌଦ୍ଧ ଜିଲ୍ଲା ସଦର ଥାନା ନିକଟସ୍ଥ ମୁର୍ଷୃଣ୍ଢି ଛକରେ ତିନି ଜଣ ନାବାଳକଙ୍କୁ ଧକ୍କା ଦେଲା ମ୍ୟାକ୍ସ ଗାଡି । ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା । ଅଧିକ ପଢନ୍ତୁ...

ବୌଦ୍ଧରେ ଥମୁନି ଦୁର୍ଘଟଣା, ମ୍ୟାକ୍ସ ଗାଡି ଧକ୍କାରେ ତିନି ନାବଳକ ଗୁରୁତର

ବୌଦ୍ଧ: ଥମିବାର ନାଁ ଧରୁନି ସଡକ ଦୁର୍ଘଟଣା । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରତ୍ୟେକ ଦିନ ଦୁର୍ଘଟଣାର ଚିତ୍ର ସାମ୍ନାକୁ ଆସୁଛି । ସୋମବାର ଜିଲ୍ଲାର ଖୁଣ୍ଟବନ୍ଧ ଠାରେ ଏକ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇ ପଚାଶ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିବାବେଳେ ମଙ୍ଗଳବାର ମଧ୍ୟ ଆଉ ଏକ ଦୁର୍ଘଟଣା ଘଟିଛି । ସଦର ଥାନା ନିକଟସ୍ଥ ମୁର୍ଷୃଣ୍ଢି ଛକରେ ଏକ ମ୍ୟାକ୍ସ ଗାଡି ସ୍ଥାନୀୟ ତିନି ଜଣ ନାବାଳକଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଛି ।

ଦୁର୍ଘଟଣାଗ୍ରସ୍ତ ନାବାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ବୌଦ୍ଧ ଓ ପରେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାରେ ଉତ୍ୟକ୍ତ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ରାଜପଥ ଅବରୋଧ କରିଛନ୍ତି । ସେପଟେ ଦୁର୍ଘଟଣା ଘଟାଇଥିବା ଗାଡିକୁ ପୁରୁଣାକଟକ ଥାନା ଲୁଣିବାହାଲ ଠାରେ ପୋଲିସ ଜବତ କରିଛି । ସେହିପରି ସୋମବାର ସନ୍ଧ୍ୟାରେ ଏକ ବେପରୁଆ ଟ୍ରାକ୍ଟର ଚାଳକ ସହର ମଧ୍ୟରେ ପାଞ୍ଚରୁ ଊର୍ଦ୍ଧ୍ବ ସ୍ଥାନରେ ଦୁର୍ଘଟଣା ଘଟାଇଥିବା ସୂଚନା ମିଳିଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.