ETV Bharat / state

ଗୋଟିଏ ଦିନରେ 5 ଦୁର୍ଘଟଣା, 3 ମୃତ, 5 ଗୁରୁତର

author img

By

Published : Mar 25, 2021, 6:09 AM IST

ବୌଦ୍ଧ ଜିଲ୍ଲାରେ ଗୋଟିଏ ଦିନରେ ପାଞ୍ଚପାଞ୍ଚଟି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦେଖିବାକୁ ମଳିଛି। ଦୁର୍ଘଟଣାରେ ପାଞ୍ଚ ଜଣ ଗୁରୁତର ଆହତ ହୋଇଥିବା ବେଳେ ତିନି ଜଣଙ୍କ ଦୁଃଖଦ ମୃତ୍ୟୁ ହୋଇଛି। ଅଧିକ ପଢ଼ନ୍ତୁ...

ଗୋଟିଏ ଦିନରେ 5 ଦୁର୍ଘଟଣା, 3 ମୃତ, 5 ଗୁରୁତର
ଗୋଟିଏ ଦିନରେ 5 ଦୁର୍ଘଟଣା, 3 ମୃତ, 5 ଗୁରୁତର

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଗୋଟିଏ ଦିନରେ ପାଞ୍ଚପାଞ୍ଚଟି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି। ଦୁର୍ଘଟଣାରେ ପାଞ୍ଚ ଜଣ ଗୁରୁତର ଆହତ ହୋଇଥିବା ବେଳେ ତିନି ଜଣଙ୍କ ଦୁଃଖଦ ମୃତ୍ୟୁ ହୋଇଛି। ବୁଧବାର ବୌଦ୍ଧ ଜିଲ୍ଲାର ପୁରୁଣାକଟକ ଥାନା ଅନ୍ତର୍ଗତ ରାଣିଗଞ୍ଜ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା। ଫଳରେ ଦୁଇଜଣ ପୋଷ୍ଟମାଷ୍ଟରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରୁତର ଆହତ ହୋଇ ବୌଦ୍ଧ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଗୋଟିଏ ଦିନରେ 5 ଦୁର୍ଘଟଣା, 3 ମୃତ, 5 ଗୁରୁତର

ସେହିପରି ପୁରୁଣାକଟକ ନିକଟସ୍ଥ ଡିଗସିରାରେ ଏକ ବାଇକ ଓ ମିନିଟ୍ରକ ଧକ୍କା ହୋଇଥିଲା। ଗୁରୁତର ଅବସ୍ଥାରେ ବାଇକ ଆରୋହୀଙ୍କୁ ପୁରୁଣାକଟକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ। ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ଅନ୍ୟପଟେ ବୌଦ୍ଧ ଥାନା ଅନ୍ତର୍ଗତ ବନ୍ଧାପଥର ଓ ତୁଳସୀପୁରରେ ପୃଥକ ପୃଥକ ସ୍ଥାନରେ ସଡ଼କ ଦୁର୍ଘଟଣା ଘଟିଛି। ଫଳରେ ତିନିଜଣ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।

ରାଣିଗଞ୍ଜରେ ମୃତ୍ୟୁବରଣ କରିଥିବା ଦୁଇ ଡାକ କର୍ମଚାରୀଙ୍କ ଦୁଃଖଦ ବିୟୋଗରେ ଡାକ ବିଭାଗ ମ୍ରିୟମାଣ ହୋଇଛି। ଏହାକୁ ନେଇ ବୁଧବାର ସଂଧ୍ୟାରେ ବୌଦ୍ଧ ଡାକ ବିଭାଗରେ କାର୍ଯ୍ୟରତ କର୍ମଚାରୀ ନୀରବ ପ୍ରାର୍ଥନା ସହ ଶୋକ ବ୍ୟକ୍ତ କରିଥିଲେ। ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା 57 ନମ୍ବର ଜାତୀୟ ବର୍ତ୍ତମାନ ମରଣଯନ୍ତା ପାଲଟି ଯାଇଛି। ପ୍ରତ୍ୟେକ ଦିନ ଛୋଟବଡ଼ ଦୁର୍ଘଟଣାରେ ଅମୂଲ୍ୟ ଜୀବନ ହାନୀ ହେଉଥିବା ଅଭିଯୋଗ ହୋଇଛି।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.