ETV Bharat / state

ବୌଦ୍ଧରେ ଅଢେଇ ହଜାର ହେକ୍ଟର ଅଞ୍ଚଳରେ ହେବ ବନୀକରଣ

ବୌଦ୍ଧରେ ଅଢେଇ ହଜାର ହେକ୍ଟର ଅଞ୍ଚଳରେ ହେବ ବନୀକରଣ । ଜିଲ୍ଲାକୁ ସବୁଜମୟ କରିବାକୁ ଉଭୟ ଜିଲ୍ଲା ପ୍ରଶାସନ ଓ ଜଙ୍ଗଲ ବିଭାଗ ଦୃଢ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Jun 23, 2021, 7:50 AM IST

There will be 2,500 hectares of Afforestation in boudha
ବୌଦ୍ଧରେ ଅଢେଇ ହଜାର ହେକ୍ଟର ହେବ ବନୀକରଣ

ବୌଦ୍ଧ: ଜିଲ୍ଲାରେ ଚଳିତ ବର୍ଷ ହେବ ଅଢେଇ ହଜାର ହେକ୍ଟର ବନୀକରଣ । ଜିଲ୍ଲାକୁ ସବୁଜମୟ କରିବାକୁ ଉଭୟ ଜିଲ୍ଲା ପ୍ରଶାସନ ଓ ଜଙ୍ଗଲ ବିଭାଗ ଦୃଢ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ପ୍ଲାଣ୍ଟେସନ କମିଟି ବୈଠକରେ ଜିଲ୍ଲାରେ ବନୀକରଣକୁ ନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲା । ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ବନଖଣ୍ଡ ବିଭାଗର ମିଳିତ ଉଦ୍ୟମରେ ଓଡିଶାରେ ପ୍ରଥମଥର ପାଇଁ ଜିଲ୍ଲାରେ ପରିବେଶକୁ ନେଇ ଅକ୍ସି ଟୁରିଜିମର ପରିକଳ୍ପନା କରାଯାଇଥିବା ବେଳେ ବର୍ତ୍ତମାନ ଜିଲ୍ଲାର ବିଭିନ୍ନ ସ୍ଥାନରେ ବନୀକରଣ ମାଧ୍ୟମରେ ସବୁଜମୟ କରିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।

ବୌଦ୍ଧରେ ଅଢେଇ ହଜାର ହେକ୍ଟର ହେବ ବନୀକରଣ

ତେବେ ବିଶେଷ ଭାବରେ ଜିଲ୍ଲାରେ ସ୍ଥାନୀୟ ଖଜୁରୀ ଗଛ,ତାଳଗଛ,ବରଗଛ,ଜାମୁକୋଳି ଗଛ,ନିମ୍ବଗଛ ଭଳି ବୃକ୍ଷର ସୌନ୍ଦର୍ଯ୍ୟ ଓ ଉପକାରିତା ଥିବାରୁ ଏଗୁଡ଼ିକୁ ମଧ୍ୟ ବନୀକରଣରେ ସାମିଲ ପାଇଁ ଜିଲ୍ଲାପାଳ ପ୍ରସ୍ତାବ ଦେଇଥିଲେ । ଜିଲ୍ଲାରେ ଚଳିତ ବର୍ଷ ଅଢେଇ ହଜାର ହେକ୍ଟର ଅଞ୍ଚଳରେ ବନୀକରଣ ପାଇଁ ଯୋଜନା ରହିଥିବା ବେଳେ ଦଶ ଲକ୍ଷ ଚାରା ଏଥିପାଇଁ ପ୍ରସ୍ତୁତ ଥିବା ସୂଚନା ମିଳିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.