ବୌଦ୍ଧ: ଉପାନ୍ତ ଅଞ୍ଚଳରେ ଆଜିବି ଅପହଞ୍ଚ ସରକାରୀ ଯୋଜନା । ପ୍ରଶାସନର ପାତର ଅନ୍ତର ନୀତି ଯୋଗୁଁ ଉପାନ୍ତ ଅଞ୍ଚଳବାସୀ ସରକାରଙ୍କ କଲ୍ୟାଣକାରୀ ଯୋଜନାରୁ ସୁଫଳ ପାଇପାରୁ ନାହାନ୍ତି । ଜିଲ୍ଲାର କଣ୍ଟାମାଳ ବ୍ଳକରେ ଆଜି ସୁଦ୍ଧା ସରକାରୀ ଯୋଜନା ପହଞ୍ଚି ପାରିନଥିବା ନେଇ ଅଭିଯୋଗ ହୋଇଛି ।
ବ୍ଲକର ନାରାୟଣପ୍ରସାଦ, ଉମା, ଖୁଣ୍ଟିଗୋରା, ଲମ୍ବସରୀ, ବରଗାଁ ଭଳି ଅନେକ ପଞ୍ଚାୟତର ଗରିବ ଲୋକଙ୍କୁ ଆବାସ, ଗମନାଗମନ ଭଳି ବିଭିନ୍ନ ସମସ୍ୟା ଲାଗି ରହିଥିଲା । ଏନେଇ ଗତ ପାଞ୍ଚ ଦିନ ପୂର୍ବରୁ ଇଟିଭି ଭାରତରେ ଖବର ମଧ୍ୟ ପ୍ରସାରିତ ହୋଇଥିଲା । ଏ ସମ୍ପର୍କରେ କଣ୍ଟାମାଳ ବିଡ଼ିଓ ଲମ୍ବସରୀ ଓ ବରଗାଁ ପଞ୍ଚାୟତର ଗମନାଗମନର ସମସ୍ୟାକୁ ସ୍ବୀକାର କରିବା ସହ ସମାଧାନ ପାଇଁ ମଧ୍ୟ କହିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ