ETV Bharat / state

ଶିଖାଇଲା YouTube, ମାସ୍କ ତିଆରି କରି ଆତ୍ମନିର୍ଭର ମହିଳା - ମାସ୍କ ସିଲେଇ କରି ସ୍ବାବଲମ୍ବୀ ହୋଇଛନ୍ତି ମହିଳା

ସିଲେଇ ମେସିନରେ ମାସ୍କ ତିଆରି କରି ଆତ୍ମ ସ୍ବାବଲମ୍ବୀ ହୋଇପାରିଛନ୍ତି ମହିଳା ଗୋଷ୍ଠୀ । ୟୁଟ୍ୟୁବରୁ ଏହାର ପ୍ରସ୍ତୁତି ପ୍ରଣାଳୀ ଶିକ୍ଷା କରି ମହିଳାମାନେ ଏହାକୁ ପ୍ରସ୍ତୁତ କରୁଛନ୍ତି । ଅଧିକ ପଢନ୍ତୁ...

ମାସ୍କ ସିଲେମହିଳାଙ୍କୁ ସ୍ବାବଲମ୍ବୀ କରାଉଛି ମାସ୍କଇ କରି ସ୍ବାବଲମ୍ବୀ ହୋଇଛନ୍ତି ମହିଳା
ମହିଳାଙ୍କୁ ସ୍ବାବଲମ୍ବୀ କରାଉଛି ମାସ୍କ
author img

By

Published : Jul 2, 2021, 11:52 AM IST

ବୌଦ୍ଧ: ସିଲେଇ ମେସିନରେ ମାସ୍କ ତିଆରୀ କରି ଆତ୍ମ ସ୍ବାବଲମ୍ବୀ ହୋଇପାରିଛନ୍ତି ମହିଳା ଗୋଷ୍ଠୀ । ୟୁଟ୍ୟୁବରୁ ଏହାର ପ୍ରସ୍ତୁତି ପ୍ରଣାଳୀ ଶିକ୍ଷା କରି ମହିଳାମାନେ ଏହାକୁ ପ୍ରସ୍ତୁତ କରୁଛନ୍ତି । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ସାନ ବଙ୍କାପଡା ଗ୍ରାମରେ ଦଶଟି ସ୍ବୟଂ ସହାୟକ ମହିଳା ଗୋଷ୍ଠୀ ମଧ୍ୟରୁ ଆସ୍ଥା ଏସ ଏଚଜି ଅନ୍ୟତମ ।

ମହିଳାଙ୍କୁ ସ୍ବାବଲମ୍ବୀ କରାଉଛି ମାସ୍କ

ପୂର୍ବରୁ ଏହି ଏସଏଚଜି ଗ୍ରୁପ ଶୀତ ବସ୍ତ୍ର ଓ ସ୍କୁଲ ପିଲାଙ୍କ ପାଇଁ ୟୁନିଫର୍ମ ସିଲେଇ କରି ଯୋଗାଉଥିଲେ । ବର୍ତ୍ତମାନ କୋରୋନା ଲକଡାଉନରେ ଏମାନେ ପ୍ରଭାବିତ ହେବା ଆଶଙ୍କା ରହିଥିଲା । କିନ୍ତୁ ଆସ୍ଥା ଏସଏଚଜିର 11 ଜଣ ମହିଳା ୟୁଟ୍ୟୁବରୁ ଥ୍ରୀ ଲେୟାର ମାସ୍କ ତିଆରି କୌଶଳ ଶିକ୍ଷା କରିଥିଲେ ।

ନିଜ ନିଜର ସିଲେଇ ମେସିନ କିଣି ପ୍ରତ୍ୟେକ ଦିନ ଏହି ମାସ୍କ ତିଆରିରେ ଲାଗି ପଡୁଛନ୍ତି ଗୋଷ୍ଠୀର ମହିଳା । ସେମାନଙ୍କ ଦ୍ବାରା ପ୍ରସ୍ତୁତ ମାସ୍କ ବିକ୍ରି ପାଇଁ ସହଯୋଗର ହାତ ବଢାଇଛି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା । ଲକଡାଉନ ସମୟରେ ମହିଳାମାନେ ଘରେ ରହି ମାସ୍କ ପ୍ରସ୍ତୁତ କରି ବେଶ ଦୁଇ ପଇସା ରୋଜଗାର କରୁଥିବାରୁ ମହିଳା ମାନେ ବେଶ ଖୁସି ପ୍ରକାଶ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.