ETV Bharat / state

ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡ ସେବା ଆରମ୍ଭ

ଦୀର୍ଘ ଏଗାର ବର୍ଷ ପରେ, ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେଲା ଅଲଟ୍ରା ସାଉଣ୍ଡ ସେବା । ଉପକୃତ ହେବେ ପ୍ରସୂତି । ଅଧିକ ପଢନ୍ତୁ...

The ultrasound service was started at the Buddhist District  Hospital
ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେଲା ଅଲଟ୍ରା ସାଉଣ୍ଡ ସେବା
author img

By

Published : Apr 29, 2020, 7:35 PM IST

ବୌଦ୍ଧ: ଦୀର୍ଘ ଏଗାର ବର୍ଷ ପରେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେଲା ସରକାରୀ ଅଲଟ୍ରା ସାଉଣ୍ଡ ସେବା । ପୁରୁଣା ଅଲଟ୍ରା ସାଉଣ୍ଡ ମେସିନଟି ଅପ୍ରେଲ2009ରେ ଅଚଳ ହୋଇଯିବା ପରେ ଏହି ସେବା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା । ଫଳରେ ଗର୍ଭବତୀ ମହିଳା ଓ ତାଙ୍କ ପରିବାର ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ।

ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେଲା ଅଲଟ୍ରା ସାଉଣ୍ଡ ସେବା

ସାଂସଦ ପାଣ୍ଠିରୁ ଅର୍ଥ ବିନିଯୋଗ ହୋଇ ନୂତନ ଅଲଟ୍ରା ସାଉଣ୍ଡ ମେସିନକୁ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ଓ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଉଦଘାଟନ କରିଥିଲେ ।ବୁଧବାର ଠାରୁ ଦଶ ଜଣ ଲେଖାଏଁ ମହିଳାଙ୍କୁ ଏହି ସେବା ଯୋଗାଇ ଦିଆଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି । ନୂତନ ମେସିନ ଆରମ୍ଭ ହେଵା ପରେ ରୋଗୀଙ୍କ ସମ୍ପର୍କିୟମାନେ ମଧ୍ୟ ବେଶ ଖୁସି ବ୍ୟକ୍ତ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.