ETV Bharat / state

କାଳବୈଶାଖୀ ତାଣ୍ଡବ: ବଜ୍ରପାତରେ ପୁତୁରା ମୃତ, ଦାଦା ଗୁରୁତର

ବଜ୍ରପାତରେ ଜଣେ ମୃତ ଦୁଇ ଆହତ । ଘଟଣାସ୍ଥଳରେ ପୁତୁରା ମୃତ୍ୟୁବରଣ କରିଥିବା ବେଳେ ଦାଦାଙ୍କୁ ବୌଦ୍ଧ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ...

author img

By

Published : May 11, 2021, 5:51 PM IST

କାଳ ବୈଶାଖୀର ତାଣ୍ଡବ, ବଜ୍ରପାତରେ ପୁତୁରା ମୃତ, ଦାଦା ଗୁରୁତର

ବୌଦ୍ଧ: କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଛି । ଏଭଳି ବଜ୍ରପାତରେ ପୁତୁରା ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ କାକାକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

କାଳ ବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ଝଡତୋଫାନ ସହ ବର୍ଷା ଗରିବ ଲୋକଙ୍କ ଦୁଃଖ ବଢାଇ ଦେଇଛି ।ଆଜି ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକର ବିଭିନ୍ନ ସ୍ଥାନରେ ସକାଳ ବେଳା ଝଡତୋଫାନ ସାଙ୍ଗକୁ ବର୍ଷା ଲାଗି ରହିଥିଲା । ଫଳରେ ପନିପରିବା ଚାଷୀ ଓ ବ୍ୟବସାୟୀ ଏଥିପାଇଁ ପ୍ରଭାବିତ ହୋଇଛନ୍ତି । ତୋଫାନ ଯୋଗୁଁ ଖୁଣ୍ଟବନ୍ଧ ପଞ୍ଚାୟତରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ପନିପରିବା ବ୍ୟବସାୟୀ ପରିବା ବିକ୍ରି କରି ନପାରି ମନ ଦୁଃଖରେ ଫେରିଯାଇଥିଲେ । କେତେକ ସ୍ଥାନରେ ଟମାଟୋ ବାଇଗଣ ଭଳି ପରିବା ଚାଷୀ ଫିଙ୍ଗି ଦେଇ ଫେରିଯାଇଥିଲେ ।

ସେପଟେ ବଜ୍ରପାତରେ ଘଟିଛି ଅଘଟଣ । ଆଠମଲ୍ଲିକ ଉପଖଣ୍ଡ କିଆକଟା ଥାନା ଅନ୍ତର୍ଗତ ଭୋଇପଡା ଗ୍ରାମରେ ବଜ୍ରପାତ ଯୋଗୁଁ ଗାଇ ଚରାଇବାକୁ ଯାଇଥିବା କାକା ପୁତୁରା ଗୁରୁତର ଅସୁସ୍ଥ ହୋଇ ଥିଲେ । ତେବେ ଘଟଣା ସ୍ଥଳରେ ପୁତୁରା ମୃତ୍ୟୁ ବରଣ କରିଥିବା ବେଳେ ଦାଦାଙ୍କୁ ବୌଦ୍ଧ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ବଜ୍ରପାତରେ ମୃତ ନିରୋଦ ମେହେର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.