ETV Bharat / state

ରାଜ୍ୟର ପ୍ରଥମ କୋରୋନା ପରବର୍ତ୍ତୀ ପରାମର୍ଶ ଓ ଚିକିତ୍ସା କେନ୍ଦ୍ର ଉଦଘାଟିତ - ବୌଦ୍ଧାରେ କରୋନା ସ୍ଥିତି

ବୌଦ୍ଧରେ ଉଦଘାଟିତ ହେଲା ରାଜ୍ୟର ପ୍ରଥମ କୋଭିଡ ପରବର୍ତ୍ତୀ ପରାମର୍ଶ ଓ ଚିକିତ୍ସା କେନ୍ଦ୍ର । କୋଭିଡ ପରବର୍ତ୍ତୀ ସ୍ଥିତିରେ ଯୋଗାଇବ ସହାୟତା । ଅଧିକ ପଢନ୍ତୁ.....

ରାଜ୍ୟର ପ୍ରଥମ କରୋନା ପରବର୍ତ୍ତୀ ପରାମର୍ଶ ଓ ଚିକିତ୍ସା କେନ୍ଦ୍ର ଉଦଘାଟିତ

author img

By

Published : Nov 23, 2020, 5:06 PM IST

ବୌଦ୍ଧ: ବୌଦ୍ଧରେ ଉଦଘାଟିତ ହେଲା ରାଜ୍ୟର ପ୍ରଥମ କୋଭିଡ ପରବର୍ତ୍ତୀ ପରାମର୍ଶ ଓ ଚିକିତ୍ସା କେନ୍ଦ୍ର । ଏହାକୁ ଉଦ୍ଘାଟନ କରିଛନ୍ତି ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର । ଏହା ଫଳରେ ଜିଲ୍ଲାରେ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଥିବା ଆକ୍ରାନ୍ତ ମାନେ ପରାମର୍ଶ ଓ ଚିକିତ୍ସା ପାଇ ପାରିବେ । ଏଠାରେ ରୋଗୀଙ୍କ ପାଇଁ ସମ୍ପୁର୍ଣ୍ଣ ଦେୟମୁକ୍ତ ସେବା ମିଳିବାର ବ୍ୟବସ୍ଥା କରାଯାଇଛି ।

ରାଜ୍ୟର ପ୍ରଥମ କରୋନା ପରବର୍ତ୍ତୀ ପରାମର୍ଶ ଓ ଚିକିତ୍ସା କେନ୍ଦ୍ର ଉଦଘାଟିତ

ବୌଦ୍ଧ ଜିଲ୍ଲାରେ ବର୍ତ୍ତମାନ ସମୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯଥେଷ୍ଟ ପରିମାଣରେ ହ୍ରାସ ପାଉଛି । କିଛିଦିନ ପୂର୍ବରୁ କୋଭିଡ ହେଲଥ କେୟାର ବନ୍ଦ ହୋଇସାରି ଥିବା ବେଳେ ଆଜି କୋଭିଡ ହେଲଥ ସେଣ୍ଟର ପରିସରରେ ରାଜ୍ୟର ପ୍ରଥମ କରୋନା ପରବର୍ତ୍ତୀ ପରାମର୍ଶ ଓ ଚିକିତ୍ସା କେନ୍ଦ୍ର ଭାବେ ଉଦଘାଟିତ ହୋଇଛି ।

ବୌଦ୍ଧ ଜିଲ୍ଲାପାଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଅତିରିକ୍ତ ଜିଲ୍ଲାପାଳ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହାର ଉଦଘାଟନ କରାଯାଇଛି । ଏହି ଅବସରରେ ଜିଲ୍ଲାପାଳ ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ଦ୍ବାରା ପ୍ଲାଜମା ଦାନକୁ ପ୍ରଶଂସା କରିଥିଲେ । ଜିଲ୍ଲାର ଷୋହଳ ଜଣ ଅଦ୍ୟାବଧି ପ୍ଲାଜମା ଦାନ କରିଥିବା ବେଳେ ସୁସ୍ଥ ହୋଇଥିବା ଅନ୍ୟ ମାନଙ୍କୁ ଜିଲ୍ଲାପାଳ ପ୍ଲାଜମା ଦାନ ପାଇଁ ଜିଲ୍ଲାପାଳ ଆହ୍ବାନ ଦେଇଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.