ETV Bharat / state

ବର୍ଷାକୁ ପୁରିଛି ବର୍ଷେ, ଏଯାଏଁ ମରାମତି ହୋଇନି ରାସ୍ତା ଓ ପୋଲ

ଗତବର୍ଷ ବର୍ଷା ପରେ ଧୋଇଯାଇଥିଲା ବୌଦ୍ଧ ଜିଲ୍ଲାର ଦୁଇଟି ପଞ୍ଚାୟତର ରାସ୍ତା ଓ ପୋଲ । ଗତବର୍ଷ ବର୍ଷାରୁ ଏବର୍ଷ ବର୍ଷା ଆସିଯାଇଥିଲେ ମଧ୍ୟ ପ୍ରଶାସନର ଦୃଷ୍ଟି ତାଉପରେ ପଡିନାହିଁ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Aug 8, 2019, 1:43 PM IST

ବୌଦ୍ଧ: ଗତ ବର୍ଷର ଲଗାଣ ବର୍ଷାରେ ଧୋଇଯାଇଛି ପୋଲ ଓ ରାସ୍ତା । ଏ ଘଟଣାକୁ ବର୍ଷେ ବିତିଥିଲେ ମଧ୍ୟ ପ୍ରଶାସନିକ ଅବହେଳାରୁ ଦୁଇଟି ପଞ୍ଚାୟତବାସୀ ଯାତାୟାତ ନିମନ୍ତେ ଭୀଷଣ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ବୌଦ୍ଧ ଜିଲ୍ଲା ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ନାରାୟଣ ନଗର ଠାରୁ ଚଣ୍ଡିତଳ ରାସ୍ତାରେ ଥିବା ପୋଲ ସହିତ ରାସ୍ତାର ଅନେକାଂଶ ଗତବର୍ଷ ବର୍ଷା ଯୋଗୁଁ ଧୋଇଯାଇ ଭୂଷୁଡି ପଡିଥିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଉକ୍ତ ରାସ୍ତା ଉପରେ ଦୁଇଟି ପଞ୍ଚାୟତବାସୀ ନିର୍ଭର କରନ୍ତି କିନ୍ତୁ ରାସ୍ତା ଭୁଷୁଡି ଯାଇଥିବାରୁ ଏବେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଦୁଇ ପଞ୍ଚାୟତର ବାସିନ୍ଦା । ଏସମ୍ପର୍କରେ ଗ୍ରାମବାସୀ ବାରମ୍ବାର ଗୁହାରୀ କଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି । ସେପଟେ ବୌଦ୍ଧ ବିଡିଓ ଉକ୍ତ ସ୍ଥାନ ପରିଦର୍ଶନ କରିଛନ୍ତି ଓ ବର୍ଷା ଦିନେ ପରେ ଏହାର ସ୍ଥାୟୀ ପ୍ରତିକାର ନିଶ୍ଚିତ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ଗତ ବର୍ଷ ଲଗାଣ ବର୍ଷା ରେ ଧୋଇଯାଇଛି ପୋଲ ଓ ରାସ୍ତା ।ଘଟଣାକୁ ବର୍ଷେ ହୋଇସାରିଲାଣି, କିନ୍ତୁ ପ୍ରଶାସନିକ ଅବହେଳାରୁ ଦୁଇଟି ପଞ୍ଚାୟତବାସୀ ଯାତାୟାତ ନିମନ୍ତେ ଭୀଷଣ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ।
ବୌଦ୍ଧ ଜିଲ୍ଲା ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତର ନାରାୟଣ ନଗର ଠାରୁ ଚଣ୍ଡିତଳ ରାସ୍ତାରେ ଥିବା ପୋଲ ସହିତ ରାସ୍ତାର ଅନେକାଂଶ ଗତବର୍ଷ ବର୍ଷା ଯୋଗୁଁ ଧୋଇନେଇ ଭୂଷୁଡି ପଡିଥିଲା ।ଉକ୍ତ ରାସ୍ତା ଉପରେ ଦୁଇଟି ପଞ୍ଚାୟତବାସୀ ନିର୍ଭରଶୀଳ ଥିବାରୁ ଏବେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଏସମ୍ପର୍କରେ ଗ୍ରାମବାସୀ ବାରମ୍ବାର ଗୁହାରୀ କଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି ।ବୌଦ୍ଧ ବିଡିଓ କହିଛନ୍ତି ଯେ ସେ ନିଜେ ଉକ୍ତ ସ୍ଥାନ ପରିଦର୍ଶନ କରିଛନ୍ତି , ବର୍ଷା ଦିନେ ପରେ ଏହାର ସ୍ଥାୟୀ ପ୍ରତିକାର କରାଯିବ ।

Body:ଧୋଇ ଯାଇଛି ରାସ୍ତା ଓ ପୋଲ । ଦୁଇଟି ପଞ୍ଚାୟତବାସୀ ବର୍ଷେ ହେଲା ଗୁହାରୀ କରି ପାଇନାହାନ୍ତି ସୁଫଳ ।

Conclusion:ବାଇଟ-୧-ଭୋଳାଗିରି ସାହୁ, ବୁଦ୍ଧିଜୀବୀ
ବାଇଟ-୨-ତ୍ରିଲୋଚନ ନାଏକ, ଗ୍ରାମବାସୀ
ବାଇଟ-୩-ଅଶ୍ବିନୀ କୁମାର ମେହେର, ବିଡିଓ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.